ରାଜ୍ୟରେ ସାମାନ୍ୟ କମିଲା ଶୀତ : ବଢିବ ରାତ୍ରି ତାପମାତ୍ରା

0
135

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୫/୧୨) : ରାଜ୍ୟରେ ସାମାନ୍ୟ କମିଲା ଶୀତ । ୬ ଦଶମିକ ୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ହୋଇଛି । ଦାରିଙ୍ଗବାଡି ରେ ୭ ଦଶମିକ ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ କେନ୍ଦ୍ର ର ସୂଚନା ଅନୁଯାୟୀ, ଆଗାମୀ ୨ ଦିନରେ ରାତ୍ରି ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ । ରାଜ୍ୟରେ ସାମାନ୍ୟ କମିଲା ଶୀତ, ପ୍ରବଳ ଜାଡରେ ହନ୍ତସନ୍ତ ହେଉଥିବା ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତି ପାଇବେ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ଆସନ୍ତା ୨୬ ତାରିଖ ପରେ ଆକାଶରେ ବାଦଲ ଦେଖାଯିବ । ୨୯ ଓ ୩୦ ତାରିଖ ବେଳକୁ ରାଜ୍ୟ ର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ରାଜ୍ୟ ରେ ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି କୁହା ଯାଉଛି ।