ଗଣମାଧ୍ୟମ ସଂସ୍ଥା ଦୈନିକ ଭାସ୍କରର ଅଫିସରେ ଆୟକର ବିଭାଗର ଚଢାଉ

0
174

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୨୩/୦୭) : ଦେଶର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ତଥା ଖବରକାଗଜ ଗ୍ରୁପ୍ ଦୈନିକ ଭାସ୍କରର ଅଫିସ୍ ରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି ।

କରୋନାରେ ସମୟରେ ଖବର ସଂଗ୍ରହ କରି ଏକ ଅଗ୍ରଣୀ କରୋନା ଯୋଦ୍ଧାର ପରିଚୟ ହାସଲ କରିଥିବା ଏହି ଗଣମାଧ୍ୟମ ସଂସ୍ଥା ଉପରେ ଚଢ଼ାଉ ଏବେ ଚାରିଆଡେ଼ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୈନିକ ଭାସ୍କରର ଦେଶରେ ବିଭିନ୍ନ ଶାଖା ରହିଥିବା ବେଳେ ଆୟକର କର୍ମଚାରୀମାନେ ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର କାର୍ଯ୍ୟାଳୟରେ ଚଢ଼ାଉ କରିଥିବା ସୂଚନା ରହିଛି ।

ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଦୈନିକ ଭାସ୍କର ର ବିଭିନ୍ନ ଅଫିସ୍ ରେ ପଶି ଚଢ଼ାଉ କରିଥିବା ଜାଣିବାକୁ ମିଳିଛି । ତେବେ ଏନେଇ ଅଧିକ ସୂଚନା ମିଳି ନ ଥିବା ବେଳେ ଆୟକର ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି ।