ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଣ୍ଡଗୋଲ

0
333

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା //
କଲ୍ୟାଣସିଂହପୁର, (୨୫/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କନ୍ଧକାତିପାଡୁ ପଞ୍ଚାୟତ ର ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣ କରିବାକୁ ନେଇ କନ୍ଧ କାତିପାଡୁ ଓ ହମିଓଗୁଡା ମଧ୍ୟରେ ଗଣ୍ଡଗୋଲ ହେଉଥିବା ଦେଖିବାକୁ ମିଳିଛି ।7b2a8bd8 d672 430f 9520 49fbbfad3875 ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଣ୍ଡଗୋଲ

କନ୍ଧକାତିପାଡୁ ପଞ୍ଚାୟତର ହୋମିୟଗୁଡା ଉଚ୍ଚ ବିଦ୍ୟାଳୟ ନିକଟରେ ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣ କରିବା ପାଇଁ ଜମି ସମତଳ କରାଯାଉଥିଲା ବେଳେ କନ୍ଧ କାତିପାଡୁ ନାମ ଅଛି ସେହି ଠାରେ ଅଫିସ ହେବା ର ଅଛି ବୋଲି ଦାବୀ ହେଉଛି।ସେହି ସମୟରେ ପଞ୍ଚାୟତର କନ୍ଧକାତିପାଡୁ, ପୋଙ୍ଗଲି, କର୍ଣ୍ଣପାଡୁ, କୁରର୍ତ୍ତେଲି ଗାଁରକିଛି ଲୋକ ମାନେ ହମିଓଗୁଡ଼ା କୁ ବିରୋଧ କରୁଥିବା ବେଳେ କେବଳ ହମିଓଗୁଡା ଠାରେ ପଞ୍ଚାୟତ ଗୃହ ନିର୍ମାଣ କରାଯାଉ ବୋଲି ହମିଓ ଗୁଡ଼ା ର ଲୋକ ମାନେ ଅଡିବସି ଗଣ୍ଡଗୋଳ ହେଉଥିଲେ ।

ଉକ୍ତ ଖବର ସ୍ଥାନୀୟ ପୁଲିସକୁ ଖବର ଦେଲା ପରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଲୋକଙ୍କୁ ବୁଝାସୁଝା କରି ଥିଲେ । ହମିଓଗୁଡ଼ା ପକ୍ଷରୁ ମୁକୁନ୍ଦ ହିମିରିକା, ଲୋକିନାଥ ହିମିରିକା, ଗୋପୀନାଥ ପ୍ରେପକା, ବାସିଆ ହିମିରିକା ଅନ୍ୟ କନ୍ଧ କାଟିପାଡୁ ପକ୍ଷରୁ ଗୋପ ହିମିରିକା, ବାରିକ ହିମିରିକା, ତାଉଡୁ ହିମିରିକା, ଜଗନ୍ନାଥ ହିମିରିକା, ପାରିୟା ହିମିରିକା ଙ୍କୁ ଥାନାକୁ ଆସିବା ପାଇଁ କଲ୍ୟାଣ ସିଂହପୁର ଥାନା ଏସ ଆଇ ଶିବ ପ୍ରସାଦ ସାହୁ କହିଥିଲେ ।ed656af4 0c9b 4f3a b13d 8e5892d7dc55 ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଣ୍ଡଗୋଲ

ପୁଲିସ କହିଲା ପରେ ହାମିଓଗୁଡ଼ା ଲୋକ ଥାନା ଆସି ନିରାଶ ହୋଇ ଚାଲଯାଇଥିଲେ ବୋଲି ଏସ ଆସି ସାହୁ କହିଛନ୍ତି। ଅନ୍ୟ ପକ୍ଷରେ କନ୍ଧ କାତିପାଡୁ ତହସଲଦାର ଯାଇ ଦଲା କାଗଜରେ କିଛି ପିଲା ମାନଙ୍କର ସ୍ବାକ୍ଷର ଆଣିଥିବା ଶ୍ୟାମଧର ହିମରିକା କହିଛନ୍ତି । ଏହି ସମ୍ପର୍କରେ ତହସିଲଦାର ଦେବାଶିଷ କର ଙ୍କୁ ପଚାରିବାରୁ ଏହି ଜାଗା ଚିହ୍ନଟ ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଛନ୍ତି ।