Thursday, March 28, 2024

Top 5 This Week

Related Posts

ବିଭତ୍ସ ହତ୍ୟାକାଣ୍ଡ – କାଠ ଫାଳିଆ ଠେଙ୍ଗାରେ ପିଟି ପିଟି ହତ୍ୟା

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୫/୧୨) : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ୱାଇଁକୁ ପିଟି ପିଟି ହତ୍ୟା କଲେ କାକା ଶଶୁର ଓ ୨ ଶଳା ।

ମୃତକ ହେଲେ ଗୋବର୍ଦ୍ଧନ ଖଟୁଆ । ହତ୍ୟାକାରୀ ହେଲେ ପ୍ରବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ବିଭତ୍ସ ହତ୍ୟାକାଣ୍ଡ କରିଥିବା ହତ୍ୟାକାରୀ ଏ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବଲାକିରା ଗ୍ରାମ ର ଗୋବର୍ଦ୍ଧନ ଖଟୁଆ ନିଜ ଶଶୁର ଘର ଆଗରେ ବକେୟା ଟଙ୍କା ମାଗିବା, ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟି ତୁଣ୍ଡ କରିଥିଲେ | ଶଶୁର ଘର ଲୋକ ଏବଂ ଗୋବର୍ଦ୍ଧନ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।bd1 2 ବିଭତ୍ସ ହତ୍ୟାକାଣ୍ଡ - କାଠ ଫାଳିଆ ଠେଙ୍ଗାରେ ପିଟି ପିଟି ହତ୍ୟା

ତେବେ ଏଥିରେ ଶଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆ ଓ ବାଉଁଶ ଠେଙ୍ଗାରେ ଗାଁ ଦାଣ୍ଡରେ ଜ୍ବାଇଁକୁ ଗୋଡ଼ାଇ ଗୋଡ଼ାଇ ପିଟି ପିଟି ହତ୍ୟା କରିଥିଲେ । ବାଉଁସୁଣୀ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଗୋବର୍ଧନ କୁ ଉଦ୍ଧାର କରି ବାଉଁସୁଣୀ ଡାକ୍ତର ଖାନରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ବାଉଁଶୁଣି ଡାକ୍ତର ଖାନାରେ ଶବ ରଖିଥିବା ବେଳେ ପୋଲିସ ଫେରାରଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles