ତେଲ ନଦୀ କୂଳ ରୁ ମୃତ ଦେହ ଉଦ୍ଧାର ମାମଲା ର ତିନି ହତ୍ୟା ଅଭିଯୁକ୍ତ ଗିରଫ

0
159

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୫/୧୨) : ବଲାଙ୍ଗୀର ତେଲ ନଦୀ କୂଳ ରୁ ମୃତ ଦେହ ଉଦ୍ଧାର ଘଟଣା ମାମଲା ର ତିନି ଅଭିଯୁକ୍ତ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି । ମୃତ ଗରିବ ପାଣ୍ଡେ ହତ୍ୟାକାଣ୍ଡ ଘଟଣା ଅଞ୍ଜାମ ଦେଇଥିବା ତିନି ଦୁର୍ବୃତ୍ତ ଏବେ ପୋଲିସ ହାତରେ ପଡିଛନ୍ତି ।

ଏହି ହତ୍ୟା କାଣ୍ଡରେ ବ୍ୟବହୃତ ୧ ଅଟୋ ରିକ୍‌ସା (ଓଡି ୦୩କେ ୪୩୫୨), ୨ ଗୋଟି ମୋଟର ସାଇକେଲ (ଓଡି ୦୩ସି ୩୮୮୩ ଏବଂ ଓଡି ୦୩କ୍ୟୁ ୬୮୯୨), ୪ ମୋବାଇଲ୍‌ ଫୋନ୍‌ ଏବଂ ଗରିବ ପାଣ୍ଡେ ର ତଣ୍ଟି ଚିପିବା ପାଇଁ ବ୍ୟବହାର କରାଯାଇଥିବା ଏକ ଧଳା ଧୋତି ତେଲ ନଦୀ କୂଳ ରୁ ପୋଲିସ ଜବତ୍‌ କରିଥିବା ବେଳେ ୩ ଜଣଙ୍କୁ ଗିରଫ୍‌ କରିଛି ।

ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଏହି ହତ୍ୟାକାଣ୍ଡରେ ଗିରଫ୍‌ ହୋଇଥିବା ଅଭିଯୁକ୍ତମାନେ ହେଲେ ତେଲିଗୋଠପଡ଼ା ର ଛୋଟୁ ଓରଫ୍‌ ଇଦୁଲ୍‌ ଖାନ୍‌ (୧୯), ସାଲେପାଲି ର ସିଦ୍ଧାନ୍ତ ସେଠ୍‌(୨୦) ଓ ସୁଦିନ ଯାନି(୨୫) । ଦିଆଯାଇଥିବା ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ତୁଷୁରା ତେଲନଦୀ ରୁ ଗରିବ ପାଣ୍ଡେର ମୃତଦେହ ଉଦ୍ଧାର ହେବା ପରେ ୟୁଡି କେସ୍‌ ନଂ.୧୬/୨୦୨୧ରେ ତୁଷୁରା ପୋଲିସ ଏକ କେସ୍‌ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ମୃତ ଗରିବ ର ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାପରେ ବଲାଙ୍ଗିର ଏସ୍‌ପି ଙ୍କ ନିର୍ଦ୍ଦେଶ କ୍ରମେ ଏହି ଘଟଣାର ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ଏସ୍‌ଡିପିଓ ତୋଫାନ୍‌ ବାଗ ଙ୍କ ନେତୃତ୍ୱରେ ତୁଷୁରା ଆଇଆଇସି ଏସ୍‌.କେ. ପଧାନ, ଏସ୍‌ଆଇ ଏ.ପି.ଭୋଇ, ଦେଓଗାଁ ଥାନା ର ଏସ୍‌ଆଇ ମନୋଜ ମୁଣ୍ଡା, ବଲାଙ୍ଗିର ଟାଉନ୍‌ ଥାନା ର ଏସ୍‌ଆଇ ଅବିନାଶ ନାଏକ, ବିଜିତ ବେହେରା ଏବଂ ପୂର୍ଣ୍ଣିମା ଓରାମ ପ୍ରମୁଖଙ୍କୁ ଟିମ୍‌ରେ ସାମିଲ୍‌ କରାଯାଇଥିଲା ।

ତନାଘନା ତଦନ୍ତ ପରେ ଏହି ହତ୍ୟାକାଣ୍ଡ ର ଅଭିଯୁକ୍ତମାନଙ୍କୁ ୨୪ ତାରିଖ ଦିନ ଗିରଫ୍‌ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।