ଗଜପତି ଜିଲ୍ଲା ର କାଶୀନଗର ରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

0
211

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୧୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଓ ଏନ୍ ଏ ସି ଅଞ୍ଚଳ ରେ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ସଭାପତି ଆର୍ ରାମ ପ୍ରସାଦ ଓ ବରିଷ୍ଠ ନେତା ଜି ତିରୁପତି ରାଓ ଙ୍କ ନେତୃତ୍ୱରେ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ର ଜନ୍ମଦିନ ପାଳନ ଖୁବ୍ ଯାକ ଯମକ ରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ତିରୁପତି ରାଓ ସୂଚନା ଦେଇଛନ୍ତି । ଏହି ଉତ୍ସବ ରେ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ କର୍ମୀ ମାନେ ଆସିବେ । ସେପଟ ଟାଉନ୍ ସ୍ତରରେ ସଭାପତି ରଘୁ ରାମ ସାହୁ ଓ କଟିକି ରାମାରାଓ ନେତୃତ୍ୱରେ ଏହି ଉତ୍ସବ କଦଣ୍ଡା ରାମ ମନ୍ଦିର ପ୍ରେକ୍ଷାଳୟ ରେ ଏହି ଜନ୍ମଦିନ ପାଳନ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।