Friday, March 29, 2024

Top 5 This Week

Related Posts

ମାଓ ପ୍ରଭାବିତ ଅଞ୍ଚଳ ରେ ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ କରିଲା ପୋଲିସ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୨୬/୧୨) : କଡ଼ା ସୁରକ୍ଷା ବ୍ୟବସ୍ଥା ଚାଲିଛି ଅପରେସନ ଗ୍ରୀନ କ୍ଲିନ୍ । କୋରାପୁଟ ପୋଲିସ ଦ୍ବାରା ମାଓ ପ୍ରଭାବିତ ଅଞ୍ଚଳ ୭୩ ଏକର ରେ ହୋଇଥିବା ୭୫ ହଜାର ୬ ସହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ।WhatsApp Image 2021 12 26 at 12.45.15 PM ମାଓ ପ୍ରଭାବିତ ଅଞ୍ଚଳ ରେ ୬୭ ଏକର ଗଞ୍ଜେଇ ଚାଷ ନଷ୍ଟ କରିଲା ପୋଲିସ

ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ବେଧଡକ ଗଞ୍ଜେଇ ଚାଷ ବିପୁଳ ପରିମାଣ ରେ ହେଉଥିବା ପୋଲିସ ନଜର କୁ ଆସିଛି । ପାଡୁଆ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ସାରିଆପାଲି ଏବଂ ସୁଡୁବ ଗ୍ରାମ ନିକଟ ଜଙ୍ଗଲ ରେ ଅପରେସନ ଗ୍ରୀନକ୍ଳିନ ଆରମ୍ଭ କରିଛି । ଏହି ଅଞ୍ଚଳରେ ଯୁଆଡେ ଆଖି ବୁଲାଇଲେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ ଦେଖାଯିବ । ପୋଲିସ ଟିମ ଗଞ୍ଜେଇ ଗଛ କାଟି କାଟି ଥକି ଗଲେଣି କିନ୍ତୁ ସମ୍ପୂର୍ଣ ନଷ୍ଟ କରି ପାରିନି ।

ଏହି ଅଞ୍ଚଳରେ ଲଗାତାର ଅପରେସନ ଗ୍ରିଁନ କ୍ଲିନ୍ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ପାଡୁଆ,କୋରାପୁଟ ପୋଲିସ,ଡି.ବି.ଏଫ, ଅବକାରୀ ,ବିଭାଗ ବନ ବିଭାଗ ଏବଂ ଏଗ୍ଜୁଟିବ ମାଜିଷ୍ଟେଡ ଙ୍କ ଉପସ୍ଥିତି ରେ ୭୩ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତ ବର୍ତି ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ଦୃଷ୍ଟି ରେ ରଖି ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ।

ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲୁ । ଆଜି ପର୍ଯ୍ୟନ୍ତ ପୋଲିସ ପ୍ରାୟ ୫୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିବା ବେଳେ ୬ ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି ଏବଂ ୩୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Popular Articles