ବିନିକାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ

0
221

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୨୬/୧୨) : ବିନିକାରେ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପଛପଟ ଟାଉନ ହଲ ଠାରେ ଆଜି ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ମାନ୍ୟବର ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତିରେ ପାଳିତ ହୋଇ ଯାଇଛି ।

ବିନିକାରେ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଦଳର ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ଆଭିମୁଖ୍ୟ ନେଇ ଜନତାଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଠିତ ଦଳ ସରକାରରେ ଥାଇ ରାଜ୍ୟବାସୀଙ୍କୁ ଦଳର ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ସ୍ୱଚ୍ଛ ଶାସନ ଓ ତାଙ୍କର ନିର୍ମଳ ଭାବମୂର୍ତ୍ତି ଯୋଗୁଁ ଆଜି ସମଗ୍ର ରାଜ୍ୟରେ ଦଳ ସୁଦୃଢ଼ ହୋଇ ପାରିଛି ଏବଂ ବିଜୁ ଜନତା ଦଳର ସରକାର ରାଜ୍ୟବାସୀଙ୍କୁ ସୁଶାସନ ଦେଇ ସବୁଠି ଦୃତ ବିକାଶ ଲକ୍ଷ୍ୟରେ ସହାୟକ ହୋଇ ପାରିଛି ବୋଲି ମନ୍ତ୍ରୀ ପଦ୍ମନାଭ ବକ୍ତବ୍ୟ ପ୍ରଦାନ କରିଥିଲେ ।a66bf8e6 87fe 4870 91e5 d8542303631a ବିନିକାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ

ଆୟୋଜିତ ଦଳର ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଜିଲ୍ଲା ଯୁବ ବିଜେଡ଼ି ଦଳର ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ଯୋଗଦେଇ ପ୍ରତିଷ୍ଠା ଦିବସ ଅବସରରେ ବକ୍ତବ୍ୟ ପ୍ରଦାନ କରି ଆଜି ଅଗଣିତ ଜନତାଙ୍କ ସହଯୋଗରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ପାଇଁ ପ୍ରିୟ ଭାଜନ ହୋଇ ପାରିଛି ବୋଲି କହିଥିଲେ ।

ସେହିପରି ମଞ୍ଚରେ ଉପସ୍ଥିତ ରହି ଜନତାଙ୍କୁ ସମ୍ବୋଧନ କରି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ବିନିକା ନଗର ବିଜେଡ଼ି ସଭାପତି ସୋମନାଥ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଜେଡ଼ିର ବ୍ଲକ ସଭାପତି ତଥା ବରିଷ୍ଠ ନେତା ଦ୍ବାରିକାନାଥ ସାହୁ ନିଜ ବକ୍ତବ୍ୟ ପ୍ରଦାନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ ବିଜୁ ଜନତା ଦଳ ଆଜି ରାଜ୍ୟରେ ଲୋକଙ୍କ ହିତ ଉଦ୍ଦେଶ୍ୟରେ ସରକାର ପରିଚାଳିତ ବୋଲି ମତ ପ୍ରକାଶ କରିଥିଲେ ।5f065352 09ff 42fc 880a 62727483aed0 ବିନିକାରେ ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ

ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ସ୍ଵୟଂମ୍ଭୁନାଥ ଖଣ୍ଡଗୀରୀଙ୍କ ସମେତ ଜିଲ୍ଲା ମହିଳା ବିଜେଡ଼ି ନେତ୍ରୀ ପଦ୍ମିନୀ ବାଘର ଓ ଉଲୁଣ୍ଡା ବ୍ଲକ ବିଜେଡ଼ି ସଭାପତି ଝସକେତେନ ବାଘରଙ୍କ ସମେତ ମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ବିଜୁ ଜନତା ଦଳର ସମସ୍ତ ନେତୃବୃନ୍ଦ ବକ୍ତବ୍ୟ ପ୍ରଦାନ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶ ଆଜି ରାଜ୍ୟବାସୀଙ୍କ ପାଇଁ ବିକାଶର ପଥ ପ୍ରଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିନିକା ସହର ସମେତ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଲୁଣ୍ଡା,ବିନିକା ଓ ବୀରମହାରାଜପୁର ଅଞ୍ଚଳର ବିଜୁ ଜନତା ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।