ହରିପୁର ଘାଟି ରେ ଅଟୋ ଲେଉଟି ୬ ଆହତ

0
231

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୨) : କାଶୀନଗର ବ୍ଲକ ର ଶିଆଳି ପଞ୍ଚାୟତ ହରିପୁର ଘାଟି ରେ ଗତକାଲି ଅପରାହ୍ନରେ ଏକ ଅଟୋ ଲେଉଟି ଯାଇଥିବା ଜଣାଯାଇଛି ଏଥିରେ ୬ ଆହତ ହୋଇଥିବା ଜଣାଯାଇଛି ।WhatsApp Image 2021 12 27 at 8.54.59 AM 1 ହରିପୁର ଘାଟି ରେ ଅଟୋ ଲେଉଟି ୬ ଆହତ

ଗୁଣୁପୁର ରୁ ଗୋଟିଏ ପରିବାର ଏକ ଅଟୋ ନେଇ ପାରଳାଖେମୁଣ୍ଡି କୌଣସି ଏକ ଫଂକ୍ସନ୍ କୁ ଯାଉଥିବା ବେଳେ ହରିପୁର ଘାଟି ରେ ଅଟୋ ର ବାମ ଚକ ଟି ଉପୁଡ଼ି ପଡ଼ିଥିଲା । ଯାହା ଫଳରେ ଅଟୋ ନିୟନ୍ତ୍ରଣ ହରାଇ ଲେଉଟି ଯାଇଥିଲା । ଏହି ଅଟୋ ରେ ଥିବା ୬ ଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ତୁରନ୍ତ ସେଠାରେ ପହଞ୍ଚି ଆହତ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ପରେ କାଶୀନଗର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । କାଶୀନଗର ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି ।