ବୀରମହାରାଜପୁର ଠାରେ ସୈନିକ ସ୍କୁଲ ପାଇଁ କ୍ଷେତ୍ର ପରିଦର୍ଶନ

0
213

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୭/୧୨) : ବୀରମହାରାଜପୁର ଠାରେ ଏକ ସୈନିକ ସ୍କୁଲ ପ୍ରତିଷ୍ଠା ସକାଶେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ କ୍ଷେତ୍ର ପରିଦର୍ଶନ କରିଥିବା ଜଣାଯାଇଛି ।

କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ବୀରମହାରାଜପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଉପସ୍ଥିତରେ ବୀରମହାରାଜପୁର ନିର୍ବାଚନମଣ୍ଡଳୀର ମହଦା ଓ ମୁର୍ଷୁଣ୍ଢୀ ଠାରେ ଥିବା ସରକାରୀ ଜମିକୁ ସାଂସଦ ବୁଲି ଦେଖିଥିଲେ । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଉଲୁଣ୍ଡା ତହସିଲଦାର ଓ ବୀରମହାରାଜପୁର ତହସିଲଦାରଙ୍କ ସମେତ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷl ଉଷା କୁମାରୀ, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷl ମିତାଲି ମହାକୁର, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱମ୍ବର ମିଶ୍ର, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କିଶୋର ହୋତା, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ବେଣୁଧର ଦାଶ , ରାଧାକାନ୍ତ ମହାକୁର, ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ, ରୋହିଣୀ ଡାଙ୍ଗ, ପୂର୍ଣ୍ଣଚନ୍ଦ୍ର ବିଶି, ସତ୍ୟବ୍ରତ ମିଶ୍ର, ବଳରାମ ସୁନା, ଶରତ ମିଶ୍ର, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥି, ରାଧାକାନ୍ତ ପଣ୍ଡା, ଆଇଟି ସେଲ କୋଅଡିନେଟର ସୁନିତା ଗିରି, ସବିତା ପଣ୍ଡା, ତ୍ରିଲୋକେଶ ନାୟକ, ହରିହର ପାତ୍ର, ଅଶୋକ ସାହୁ, ରଶ୍ମିତା ଷଡ଼ଙ୍ଗୀ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।