ଉଠା ଦୋକାନୀ ଙ୍କୁ ମିଳିଲା କରନା ସହାୟତା

0
225

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୭/୧୨) : କାଶୀନଗର ଉଠା ଦୋକାନୀ ଙ୍କ ମିଳିଲା କରନା ସହାୟତା ଏଣୁ ସେମାନେ ବହୁତ୍ ଖୁସି ଅନୁଭବ କରିଥିବା ଜଣାଯାଇଛି । ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ଉଠା ଦୋକାନୀଙ୍କୁ କରନା ସହାୟତା ରାଶି ଦେଲେ |

କାରଣ ଲକ୍ ଡାଉନ୍ ସମୟରେ ଉଠା ଦୋକାନୀ ବେପାର ବାଣିଜ୍ୟ କରିପାରି ନଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଭିଡିଓ କନ୍ ଫେରେଂସ୍ ମାଧ୍ୟମରେ ଏହି ଯୋଜନାକୁ ଉଦଘାଟନ କରିଥିଲେ । କାଶୀନଗର ପୌରାଞ୍ଚଳ ରେ ଥିବା ପଥ ପ୍ରାନ୍ତ ବିକାଳୀ ଙ୍କ ଏକାଉଣ୍ଟ୍ କୁ ୩୦୦୦ ଟଙ୍କା ପଠାଯାଇଥିବା ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । କାଶୀନଗର ପୌରାଞ୍ଚଳ ର ଓମି ରାଜୁ, କନ୍ୟାକୁମାରୀ ଆ ହୁରି ଅନେକ ବ୍ୟକ୍ତି ଙ୍କୁ ଏହି ସାହାଯ୍ୟ ମିଳିଥିବା କହିଛନ୍ତି । ନିଜ ନିଜ ଫୋନ୍ କୁ ମେସେଜ ଆସିଥିବା କହିଛନ୍ତି ।

କିନ୍ତୁ କାଶୀନଗର ସହର ମଧ୍ୟରେ ଥିବା ପ୍ରାୟ ୫୦ ଟି ପାନ ଦୋକାନୀ ଙ୍କୁ ଏଥିରୁ ବାଦ୍ କରାଯାଇଥିବାରୁ ସେମାନେ ଦୁଃଖ ପ୍ରକାଶ କରି ଆମେ ମଧ୍ୟ କରନା ନିୟମ କୁ ପାଳନ କରିଛୁ, ଦୋକାନ ବନ୍ଦ କରିଛୁ, ଆମ ବ୍ୟବସାୟ ମଧ୍ୟ ବନ୍ଦ ରହିଥିଲା, ଏଣୁ ସର୍ଭେ ସମୟ ରେ ଆମକୁ କାହିଁକି ବାଦ୍ କଲେ ତାହାର ଉତ୍ତର ସେମାନେ ପାଇନାହାନ୍ତି । ଏଣୁ ସେମାନଙ୍କୁ ମଧ୍ୟ ସାମିଲ୍ କରିବାକୁ ଦାବି କରିଛନ୍ତି ।