କରୋନା ସଂକ୍ରମଣ ବଢିଲେ ବି ନିର୍ବାଚନ ହେବ !

0
142

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୨୯/୧୨) : ଓମିକ୍ରନ ବିପଦ ସତ୍ତ୍ୱେ ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଯିବ ନାହିଁ । କରୋନା ସଂକ୍ରମଣ ବଢିଲେ ବି ସାମ୍ବିଧାନିକ ନିୟମ ଅନୁଯାୟୀ ନିର୍ବାଚନ କାର୍ଯ୍ୟସୂଚୀ ବଳବତ୍ତର ରହିବ ।

ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲା କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ ବୈଠକ କରିଛନ୍ତି । କରୋନା ସଂକ୍ରମଣ ବଢିଲେ ବି ନିର୍ବାଚନ କିପରି କରାଯାଇପାରିବ ସେ ନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଏହି ବୈଠକ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୫ ରାଜ୍ୟରେ ଟିକା କଭରେଜ୍ ଏବଂ ଓମିକ୍ରନ୍ ମାମଲା ସମ୍ବନ୍ଧୀୟ ବିବରଣୀ ନିଆଯାଇଛି । ନିର୍ବାଚନ ହେତୁ କଠୋର କୋଭିଡ ପ୍ରୋଟୋକଲ ଆବଶ୍ୟକତା ଉପରେ ନିର୍ବାଚନ କମିଶନ ଆଲୋଚନା କରିଥିଲେ ।

ନିର୍ବାଚନ ର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆୟୋଗ ର ଟିମ୍ ଆସନ୍ତାକାଲି ୟୁପି ଗସ୍ତ କରିବେ । ଏହି ସମୟରେ ପାରାମିଲିଟାରୀ ବାହିନୀ ର ମୁଖ୍ୟଙ୍କ ସହ କମିଶନ ଆଲୋଚନା କରିବେ । ନିର୍ବାଚନ କୁ ଦୃଷ୍ଟିରେ ରଖି ଏବେ ଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଘାଟନ୍ ଓ ଶିଳାନ୍ୟାସ ପର୍ବରେ ହଜାର ହଜାର ଲୋକଙ୍କ ଜନସମାଗମ ହେଉଛି ।

ବିଶେଷ କରି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ଗସ୍ତ କରୁଥିବା ଚର୍ଚ୍ଚା ହେଉଛି । ତେଣୁ ଆଗକୁ ନିର୍ବାଚନ ଥିବାରୁ ସତର୍କତା ନେଇ ଚିନ୍ତାପ୍ରକଟ କରାଯାଇଛି ।