ଓଡ଼ିଶାରେ ଲକଡାଉନ ଆବଶ୍ୟକତା ନାହିଁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

0
141

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୯/୧୨) : ଅନ୍ୟ ରାଜ୍ୟ ତୁଳାନାରେ ବର୍ତମାନ ଓଡ଼ିଶା ର ସ୍ଥିତି ଭଲ ଅଛି । ତେଣୁ ଓଡ଼ିଶାରେ ଲକଡାଉନ କି ନାଇଟ୍ କର୍ଫ୍ୟୁ ଭଳି କଟକଣା ର କିଛି ଆବଶ୍ୟକତା ନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡିପାରେ ।

ସେହିପରି ସଂକ୍ରମଣ ବଢିଲେ ଓଡ଼ିଶାରେ ଲକଡାଉନ ନିୟମ ର ଆବଶ୍ୟକ ପଡିପାରେ ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ପଟେ ଓମିକ୍ରନ୍ କୁ ନେଇ ସେ କହିଛନ୍ତି, ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ବିଦେଶ ରୁ ରାଜ୍ୟ କୁ ଫେରିଥିବା ୧୮ ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ସେମାନଙ୍କ ମଧ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତରେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ର ଜଣେ ୯ ବର୍ଷ ର ଶିଶୁ ଥିବା ଜଣାପଡିଥିଲା । ସେ ନାଇଜେରିଆରୁ ଫେରି ଓମିକ୍ରନ ଆକ୍ରାନ୍ତ ହୋଇଥିଲେ । ଏବେ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏ ପଟେ ଓଡ଼ିଶାରେ ୪ କୋଟି ରୁ ଅଧିକ ଡୋଜ ଟିକା ଦିଆଯାଇଥିବା ବେଳେ ୨ କୋଟି ରୁ ଅଧିକ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।