Thursday, March 28, 2024

Top 5 This Week

Related Posts

କୋରାପୁଟ ପୋଲିସ ଦ୍ୱାରା ୪୭ ଏକର ଗଞ୍ଜେଇ ଗଛ ନଷ୍ଟ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୨୯/୧୨) : କୋରାପୁଟ ପୋଲିସ ଦ୍ୱାରା ୪୭ ଏକର ରେ ହୋଇଥିବା ୫୬ ହଜାର ୪ ସହ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ।WhatsApp Image 2021 12 29 at 11.36.56 AM 1 କୋରାପୁଟ ପୋଲିସ ଦ୍ୱାରା ୪୭ ଏକର ଗଞ୍ଜେଇ ଗଛ ନଷ୍ଟ

ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ବେଧଡକ ଗଞ୍ଜେଇ ଚାଷ ବିପୁଳ ପରିମାଣ ରେ ହେଉଥିବା ପୋଲିସ ନଜର କୁ ଆସିଛି । କୋରାପୁଟ ପୋଲିସ ଦ୍ୱାରା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଗୋଡି ହଞ୍ଜର, ବଡକିଚୋବ ଏବଂ କଣ୍ଟା ଗ୍ରାମ ଜଙ୍ଗଲ ଅପ୍ରେସନ ଗ୍ରୀନକ୍ଳିନ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ଯୁଆଡେ ଆଖି ବୁଲାଇଲେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ ହୋଇଛି ।

ପୋଲିସ ଗଞ୍ଜେଇ ଗଛ କାଟି କାଟି ଥକି ଗଲେ କିନ୍ତୁ ସମ୍ପୂର୍ଣ୍ଣ ନଷ୍ଟ କରି ପାରିନି । ଏହି ଅଞ୍ଚଳରେ ଲଗାତାର ଅପ୍ରେଶନ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ମାଛକୁଣ୍ଡ, ଲମତାପୁଟ, ଜଲାପୁଟ, କୋରାପୁଟ ପୋଲିସ , ଡି . ବି. ଏଫ . , ଅବକାରୀ, ବିଭାଗ ବନ ବିଭାଗ ଏବଂ ଏଗ୍ଜୁଟିବ ମାଜିଷ୍ଟେଟଙ୍କ ଉପସ୍ଥିତିରେ ୪୭ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏହି ଗ୍ରାମ ଗୁଡ଼ିକ ଆନ୍ଧ୍ର ସୀମାନ୍ତବର୍ତ୍ତୀ ଏବଂ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷା ଦୃଷ୍ଟି ରେ ରଖି ବିପୁଳ ଫୋର୍ସ ମୁତୟନ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି ।

ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଥିଲେ । ଆଜି ପର୍ଯ୍ୟନ୍ତ ପୋଲିସ ପ୍ରାୟ ୬୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଥିବା ବେଳେ ୬ ଜଣ ଗଞ୍ଜେଇ ଚାଷୀଙ୍କୁ ଗିରଫ କରାଯାଇଛି ଏବଂ ୩୦ ଜଣ ଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Popular Articles