Friday, March 29, 2024

Top 5 This Week

Related Posts

ରାୟଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୯/୧୨) :
‘ପ୍ରଚେଷ୍ଟା’ ଅଭିଯାନ ମାଧ୍ୟମରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକର ଜିଲ୍ଲା ସ୍ତରରେ ସମୀକ୍ଷା ବୈଠକ
* ଶିଶୁ ନିଜେ ଦକ୍ଷ ହେବେ ଓ କମ ବୟସରେ ବାହାଘର ନ କରାଇବା ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ ।
* ଗ୍ରାମ ସ୍ତରରେ ଅଙ୍ଗନବାଡି କର୍ମୀ ପ୍ରତ୍ୟେକ ବିବାହ ପଞ୍ଜିକରଣ କରିବେ, ପ୍ରତ୍ୟେକ ବିଦ୍ୟାଳୟରେ ପ୍ରତି ସପ୍ତାହରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା ହେବ । ଆଦିମ ଜନଜାତି ପରିବାର ସଦସ୍ୟ ମାନଙ୍କୁ ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ସଚେତନ କରାଯିବ। ବିଳମ୍ବରେ ବିବାହ କଲେ ପିଭିଟିଜି କିଶୋରୀ ମାନଙ୍କୁ ସ୍ଵତନ୍ତ୍ର ସହାୟତା ବିଷୟରେ ସଚେତନ କରାଯିବ। ମନ୍ଦିର, ମସଜିଦ ଏବଂ ଗୀର୍ଜା ମାନଙ୍କରେ ବିବାହ କାର୍ଯ୍ୟ ସମୟରେ ଜନ୍ମ ସାର୍ଟିଫିକେଟ ଯାଞ୍ଚ ହେବ । e806f5f2 61d3 4638 ae90 c1add89276b9 1 ରାୟଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ରାୟଗଡ : ଜିଲ୍ଲା ପ୍ରଶାସନ, ରାୟଗଡଙ୍କ ଦ୍ଵାରା ରାୟଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ୨୯ ତାରିଖ ଅନୁସାରେ ଅନୁଷ୍ଠିତ ହୋଇ ଯାଇଛି । ବାଲ୍ୟ ବିବାହ ନିରାକରଣ ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଚାଲିଥିବା କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରଯାଇଥିଲା ।

ରାୟଗଡ ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ଵରେ ବାଲ୍ୟ ବିବାହ ରୋକିବା ପାଇଁ ତଥା ଶିଶୁ ସୁରକ୍ଷା, ଶିଶୁର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ କିଶୋର କିଶୋରୀମାନଙ୍କୁ ସଶକ୍ତ କରିବା ତଥା ଶିଶୁ ସୁରକ୍ଷା ନିମିତ୍ତ ଉଦ୍ଦିଷ୍ଟ କମିଟି ସମୂହର ସୁସଞ୍ଜୋଗ ପାଇଁ ନିର୍ଦ୍ଧାରିତ ଜିଲ୍ଲା କାର୍ଯ୍ୟ ଖସଡା ଅନୁସାରେ ଗତ ତିନି ମାସରେ ବିଭିନ୍ନ ବିଭାଗ ଦ୍ୱାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହିତ ଆଗାମୀ ୩ ମାସ ପାଇଁ କରାଯିବାକୁ ଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯିବା ସହିତ ଚାଇଲ୍ଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାର୍ଯ୍ୟ କ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା କମିଟି ସମୀକ୍ଷା କରିଥିଲା |

ସରକାରଙ୍କ ତରଫରୁ ଆଦିମ ଜନଜାତିର ଝିଅ ମାନେ ବିଳମ୍ବରେ ବିବାହ କଲେ ୨୦୦୦୦ ଟଙ୍କା ଆର୍ଥିକ ସହାୟତା ପାଇବାର ଯୋଜନା ରହିଛି, ଠିକ ସେହିପରି ନିର୍ମାଣ ଶ୍ରମିକ ପରିବାରର ଦୁଇଟି ଝିଅଙ୍କ ପାଇଁ ବିବାହ ସମୟରେ ୫୦୦୦୦ ଟଙ୍କାର ଆର୍ଥିକ ସହାୟତା ରହିଛି । ଏହି ଯୋଜନା ବିଷୟରେ ପ୍ରତ୍ୟେକ ପରିବାର ଜାଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା ବାଲ୍ୟ ବିବାହ ଘଟଣା ଗୁଡିକୁ ଏଡାଇ ଦିଆ ଯାଇପାରିବ ବୋଲି ବିଭାଗୀୟ ଅଧିକାରୀ ମାନେ ଜଣାଇଥିଲେ, ଫଳରେ ଏହି ଯୋଜନା ବିଷୟରେ ଅଧିକ ସଚେତନତା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ବାଲ୍ୟ ବିବାହ ରୋକିବା ନିମନ୍ତେ ବାରମ୍ବାର ସଚେତନତା କରାଯିବାର ଆବଶ୍ୟକତା ରହିଛି । ତେଣୁ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ସ୍ଵତନ୍ତ୍ର ଗ୍ରାମସଭାରେ ବାଲ୍ୟ ବିବାହ ନିଷେଧ ବିଷୟରେ ଆଲୋଚନା କରାଯିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଅତିରିକ୍ତଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବାଲ୍ୟ ବିବାହର କୁ-ପରିଣତି, ଶିଶୁ ସୁରକ୍ଷା, ଶିଶୁ ଶ୍ରମିକ, ଶିଶୁ ସ୍ୱାସ୍ଥ୍ୟର ସମସ୍ୟାକୁ କିପରି ଦୁର କରିବା ସେଥିପାଇଁ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ବିଭିନ୍ନ ବିଭାଗର ସହଯୋଗ ପାଇଁ ନିଷ୍ପତ୍ତି ନିଆଯାଇଥିଲା |

କିଶୋର ଓ କିଶୋରୀମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ବିଭାଗ ଦ୍ୱାରା ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରିବା ଫଳରେ ସେମାନେ ସଶକ୍ତ ହେବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିଲା। ମହିଳାମାନେ ସଶକ୍ତ ହେଲେ ହିଁ ବାଲ୍ୟ ବିବାହ ରୋକାଯାଇ ପାରିବ ତେଣୁ ମହିଳା ସ୍ଵୟଂସହାୟକ ଗୋଷ୍ଠୀର ବୈଠକରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଠିକ ସେହିପରି ସମସ୍ତ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା କରିବା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ପ୍ରତି ସପ୍ତାହରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା |

ଆଗାମୀ ୩ ମାସ ପାଇଁ ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟ ଖସଡାକୁ କିଭଳି ସଫଳ ରୂପାୟନ କରାଯାଇ ପାରିବ ଓ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର ପ୍ରୟାସ ସବୁ ସ୍ତରରେ ସବୁ ଲୋକଙ୍କ ପାଖରେ ପହଞ୍ଚିବ ଓ ପ୍ରଶାସନ ତରଫରୁ ନିଆଯାଇଥିବା କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ଜିଲ୍ଲାପାଳ ବେଶ ଗୁରୁତ୍ୱ ଦେଇଥିଲେ |

ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ବୈଠକର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଗତ ୩ ମାସ ମଧ୍ୟରେ ବିଭିନ୍ନ ବିଭାଗ ଦ୍ଵାରା ସମ୍ପାଦିତ ହୋଇଥିବା କାର୍ଯ୍ୟକ୍ରମ ସମୀକ୍ଷା କରିବାରେ ସହଯୋଗ କରିଥିଲେ । ସମନ୍ୱିତ ଶିଶୁ ବିକାଶ ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ଧନ୍ୟବାଦ ଅର୍ପଣ କରିଥିଲେ | ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଆଲୋଚନାରେ ସହଯୋଗ କରିଥିଲେ |
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ମନୋରଞ୍ଜନ ମିଶ୍ର,ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାଜ କିଶୋର ସାହୁ, ଓରମାସର ଡେପୁଟି ସିଇଓ, ଓଏଲଏମର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ,ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ଚାଇଲ୍ଡଲାଇନ ସଂସ୍ଥା ର ପ୍ରତିନିଧିମାନେ ଯୋଗ ଦେଇଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles