ଟୀକା ବାହାନ ଯାନ ଏବଂ କରୋନା ସଚେତନତା ରଥ ର ଶୁଭାରମ୍ଭ

0
195

ରିପୋର୍ଟ : ସନ୍ତୋଷ ନାୟକ //
ମୁରିବହାଲ, (୨୯/୧୨) : କରୋନ ର ଦ୍ଵିତୀୟ ଲହର ଯାଇଛି କି ନାହିଁ ପୁଣି ଏକ ନୂଆ ରୂପରେ କରୋନ ମହାମାରୀ ଓମିକ୍ରନ୍ ମାଡ଼ି ଆସୁଛି | ସରକାର ୧୦୦% ଟୀକାକରଣର ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏଥି ପାଇଁ ସହଯୋଗ ର ହାତ ବଢ଼ାଇଛି ବେସରକାରୀ ସଂସ୍ଥା | ଟୀକା ବାହାନ ଯାନ ଏବଂ କରୋନା ସଚେତନତା ରଥ ର ଶୁଭାରମ୍ଭ |519c6c51 ed4c 4b76 84aa 5c6781cba613 ଟୀକା ବାହାନ ଯାନ ଏବଂ କରୋନା ସଚେତନତା ରଥ ର ଶୁଭାରମ୍ଭ

ଗତ ୧୯ ତାରିଖ ରୁ ନିଜର କର୍ମଚାରୀଙ୍କୁ ନେଇ ମୁରିବହାଲ ବ୍ଲକ ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଜିଲ୍ଲା ମୁଖ୍ୟ ଜ୍ୟୋତି କୁମାର ରଥ, Bpmଅମିୟ ରଜପାଲିଆ, ବ୍ଲକ ଅଫିସର ହୃଦାନନ୍ଦ ହାତୀଙ୍କ ଉପସ୍ଥିତିରେ ଟୀକାକରଣ ନେଇ ସଚେତନତା ସୃଷ୍ଟି କରିବା ସହିତ ଦୁର୍ଗମ ଗାଁ କୁ ଯାଇ ଟୀକାକରଣ କାର୍ଯକ୍ରମ କୁ ତ୍ୱରାନ୍ୱିତ କରିବା ପାଇଁ ଦୁଇଟି ଯାନକୁ ନିୟୋଜିତ କରାଯାଇଛି | ଏହି ଟୀକା ବାହାନ ଯାନ ଏବଂ କରୋନା ସଚେତନତା ରଥ ଯାନ ଦ୍ୱାରା ନିହାତି ଟୀକାକରଣ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମତ ଦେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ବ୍ଲକରେ ଟୀକାକରଣ କାର୍ଯ୍ୟକ୍ରମରେ ଯଥେଷ୍ଟ ଯତ୍ନବାନ ହେବାପାଇଁ ବ୍ଲକ ମୁଖ୍ୟ ଚକିତ୍ସାଧିକାରୀ ପରାମର୍ଶ ଦେଇଥିଲେ । ସଚେତନତା ରଥ ମୁରିବାହଲ ବ୍ଲକ ରେ ପ୍ରାୟ ଦୁଇ ସପ୍ତାହ ଧରି ସଚେତନ କରାଯିବା ବ୍ୟବସ୍ଥା କରାଯାଇଛି ।