ଡିଗ୍ରୀ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର

0
205

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୯/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନାରୀବାଦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଆଲୋଚନା ଚକ୍ର ରେ ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ । ଏଥିରେ କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ସସକ୍ତି କରଣ ଓ ନାରୀସମାନତା, ନାରୀ ସ୍ୱାଧୀନତା, ଉପରେ ନିଜର ମତାମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂମାନିତ ଅତିଥି ଭାବେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ପୂର୍ନେନ୍ଦୁ ତ୍ରିପାଠୀ, ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ସୁଭଙ୍କରୀ ବଡ଼ମାଲି ଏବଂ ଶିକ୍ଷକ କୁଳମଣି ମେହେର, ପ୍ରମୁଖ ଯୋଗଦେଇଥିଲେ । ଏଥିରେ 25 ଜଣ ଛାତ୍ରଛାତ୍ରୀ ସନ୍ଦର୍ଭ ପାଠ କରିଥିଲେ ଶେଷରେ ଅଧ୍ୟାପକ ରଞ୍ଜିତ ସାମଲ  ଅତିଥି ପରିଚୟ ଧନ୍ୟବାଦ ଅର୍ପଣ  କରିଥିଲେ ।