ଜମିବାଡ଼ିକୁ ନେଇ ମରଣାତ୍ମକ ଆକ୍ରମଣ, ଅଭିଯୋଗକୁ ଭିତ୍ତି କରି ପୋଲିସର ତଦନ୍ତ

0
347

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୩୧/୧୨) : ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ରେ ଆଜି ଜମିବାଡ଼ିକୁ ନେଇ ମରଣାତ୍ମକ ଆକ୍ରମଣ ହୋଇଛି | ଏହାକୁ ନେଇ ଦୁଇ ଅଭିଯୋଗ କରି ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି |

ଅଭିଯୋଗ କୁ ଭିତ୍ତି କରି ହରଭଙ୍ଗା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିଷାନ ତଦନ୍ତ ଚଳାଇଛନ୍ତି | ସୂଚନା ଅନୁଯାଇ କୁସଙ୍ଗ ପଂଚାୟତ ଅନ୍ତର୍ଗତ ମହୁଲ ଦର ଗ୍ରାମର ଦିଲ୍ଲୀପ ବାରିକ (୨୬) ଙ୍କୁ ଭଗାମୁଣ୍ଡା ଗ୍ରାମର ବଳିଆ ଲେଙ୍କାଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ କଥା କଟାକଟି ହେବା ପରେ ଉତକ୍ଷିପ୍ତ ହୋଇ ବଳିଆ ଏକ ବାଉଁଶ ଠେଙ୍ଗାରେ ଦିଲ୍ଲୀପକୁ ମୁଣ୍ଡ ଫଟା ମାଡ଼ ଦେଇଥିଲେ | ଜୀବନ ରେ ମାରିଦେବା କୁ ଧମକ ଦେଇଥିଲେ | ରକ୍ତାକ୍ତ ଅବସ୍ଥାରେ ଦିଲ୍ଲୀପ ହରଭଙ୍ଗା ଥାନାରେ ଏତଲା ଦେଇଥିଲେ | ଏହାକୁ ନେଇ ବଳିଆ ମଧ୍ୟ ଥାନାରେ ଏତଲା ଦେଇଛନ୍ତି | ଏତଲା କୁ ଭିତ୍ତି କରି ହରଭଙ୍ଗା ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର କିଷାନ ତଦନ୍ତ ଚଳାଇଛନ୍ତି |