ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ବନ୍ୟପାଳଙ୍କ ଦୁର୍ବ୍ୟବହାର

0
168
ଖବର ସଂଗ୍ରହ ପାଇଁ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୧/୦୧) : ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ବନ୍ୟପାଳଙ୍କ ଦୁର୍ବ୍ୟବହାର ! ଆଜି ନୂତନ ବର୍ଷ ଅବସରରେ ହରଭଙ୍ଗା ବ୍ଲକ କୁସଙ୍ଗ ବନ୍ୟପ୍ରାଣୀ ଅଧୀନରେ ଥିବା ସାତୋକୋଶିଆ ଗଣ୍ଡ ଓ ପଦ୍ମତୋଳା ଅଭୟରଣ୍ୟ ଥିବାରୁ ପଯ୍ୟଟକ ଆସିଥାନ୍ତି ବୁଲିବ ପାଇଁ ।

ଏହି ଅଂଚଳ ରେ ଥିବା ମହାନଦୀ ଗଣ୍ଡ ଓ ବିନିକେୟୀ ମା ପିଠ କୁ ପ୍ରତ୍ୟକ ରାଜ୍ୟ ର ବିଭିନ୍ନ ଅଂଚଳ ରୁ ପଯ୍ୟଟକ ମାନେ ନବବର୍ଷ ରେ ବୁଲିବାକୁ ଆସନ୍ତି । ଏହି ଅବସରରେ ସକାଳ ଦୈନିକ ଖବର କାଗଜର ପ୍ରତିନିଧି ଶ୍ରୀନିବାସ ସାହୁ ଏହି ଅଂଚଳ ଯାଇ ଖବର ସଂଗ୍ରହ ପାଇଁ ଯାଇଥିବା ସୀତାଲପାଣି ଠାରେ କୁସଙ୍ଗ ବନ୍ୟପ୍ରାଣୀ ବନ୍ୟପାଳ ଲଷ୍ମୀଧର ପଣ୍ଡା ଖବର ସଂଗ୍ରହ ପାଈଁ ବାରଣ କରିବା ସହ ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର କରିଥିଲେ ଓ ତାଙ୍କର ମୋବାଇଲ କୁ କଚାଡି ଭାଙ୍ଗି ଦେଇଥିଲେ । ଏ ବାବଦରେ ଵନ୍ଯପାଳଙ୍କ ସହ ମୋବାଇଲ ପୋନ୍‌ ଯୋଗାଯୋଗ ସମ୍ବବ ହେଇପାରିଲାନାହିଁ । ତେଣୁ ଏହି ଅଭାବନୀୟ ଘଟଣା କୁ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସାଙ୍ଗ ନିନ୍ଦା କରିଛି |