ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆସନ ପରିବର୍ତନ ନେଇ ଜନ ପ୍ରତିବାଦ

0
257
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଂଗା, ତା (୦୧/୦୧) : ଆସନ୍ତା ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରପଞ୍ଚ ଓ ସମିତି ସଭ୍ୟ ଆସନ ପରିବର୍ତନ ନେଇ ଜନ ପ୍ରତିବାଦ | ପୁର୍ବ ଚୂଡାନ୍ତ ତାଲିକା ପରିବର୍ତନ ନ ହେଲେ ହରଭଙ୍ଗା ବ୍ଲକ ର କିଛି ପଂଚାୟତରେ ଭୋଟ ବର୍ଜନର ଆଶଙ୍କା |

ହାଇକୋର୍ଟ ର ନିଷ୍ପତି କ୍ରମେ ଆସନ୍ତା ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ସରପଞ୍ଚ ଓ ସମିତି ସଭ୍ୟ ଆସନ ପରିବର୍ତନ କୁ ନେଇ ହରଭଙ୍ଗା ବ୍ଲକ ରେ ପ୍ରାୟ ସବୁ ପଞ୍ଚାୟତ ରେ ଜନ ଅସନ୍ତୋଷ ଦେଖାଦେଇଛି | ଏହାକୁ ନେଇ ଛତ୍ରଙ୍ଗ ପଂଚାୟତରେ SC ସରକ୍ଷିତ ଆସନ କୁ ପରିବର୍ତନ ହୋଇଥିବା ନେଇ ନିର୍ଦଳୀୟ ଭାବେ ଛତ୍ରଙ୍ଗ ର SC -ST ଜନତା ଏକ ପ୍ରତିବାଦ ସଭା କରିଥିଲେ ଏବଂ ସଭାରେ ଜଦି ଆଗକୁ ଆସନ ପୁର୍ବ ପରି ବଦଳ କରାନଯାଏ ଆଇନ ର ଆଶ୍ରୟ ନେବା ସହିତ ଭୋଟ ବର୍ଜନ କରିବାର ନିଷ୍ପତି ନେଇଥିଲେ | ସେହି ଭଲି ହରଭଙ୍ଗା ବ୍ଲକ ର ରାମଗଡ, ଧଳପୁର, ସାମ୍ପୋଚ, ହରଭଙ୍ଗା ଆଦି ପ୍ରାୟ ପଂଚାୟତ ରେ ଜନସାଧାରଣ ଏହି ପ୍ରତିବାଦ ର ସ୍ୱର ଉଠାଇଛନ୍ତି |