Friday, March 29, 2024

Top 5 This Week

Related Posts

୨୦୨୨ ରେ କରୋନା ମହାମାରୀ ଅନ୍ତ ହୋଇଯିବ : WHO

ରିପୋର୍ଟ : ସୁଭାସିସ ନାୟକ //
ଜେନିଭା, (୦୨/୦୧) : ସାରା ବିଶ୍ୱରେ କରୋନା ଭୟ ଭିତରେ ଆଶ୍ୱସ୍ତିକର ଖବର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ୨୦୨୨ ରେ କରୋନା ମହାମାରୀ ର ଅନ୍ତ ହୋଇଯିବ ବୋଲି ଡବ୍ଲୁଏଚଓ ଆଶା ପ୍ରକାଶ କରିଛି ।

ଡବ୍ଲୁଏଚ୍ଓ ମହାନିଦେ୍ର୍ଧଶକ କହିଛନ୍ତି କରୋନା ବିରୋଧୀ ଲଢେଇରେ ଟିକା ହେଉଛି ମୁଖ୍ୟ ଅସ୍ତ୍ର, ୨୦୨୨ ରେ କରୋନା ମହାମାରୀ ଅନ୍ତ ହୋଇଯିବ । ଏହା ସହ ଟିକା ଅସମତା ଦୂର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଟିକାର ଅସମତା ଯୋଗୁ ନୂଆ ଭ୍ୟାରିଆଂଟ ଜନ୍ମ ନେଉଛି । ଟିକା ଅସମତା ରହିଲେ ମହାମାରୀର ପ୍ରଭାବ ରହିବ । ଯେତେ ଶୀଘ୍ର ଟିକା ଅସମତା ଦୂର ହେବ, ସେତେ ଶୀଘ୍ର ମହାମାରୀର ଅନ୍ତ ହେବ । ଏବେ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ସାରା ବିଶ୍ୱକୁ ଆତଙ୍କିତ କରିଛି ।

ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର କରୋନାର ତୃିତୀୟ ଲହର ଦ୍ୱାର ଦେଶରେ ପହଂଚି ସାରିଲାଣି । ଦୁଇ ବର୍ଷ ଧରି କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏହାରି ଭିତରେ ଡବ୍ଲୁଏଚ୍ଓର ଆକଳନ ସମସ୍ତଙ୍କୁ ଆଶ୍ୱସ୍ତି କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles