Thursday, March 28, 2024

Top 5 This Week

Related Posts

କୃଷକଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ନୂଆବର୍ଷ ଭେଟି : ଚାଷୀଙ୍କ ଆକାଉଣ୍ଟକୁ ଗଲା ୨୦ ହଜାର କୋଟି ଟଙ୍କା

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ, (୦୨/୦୧) : ନୂଆବର୍ଷ ରେ କୃଷକଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ଭେଟି । ଚାଷୀ ଙ୍କ ଆକାଉଂଟ କୁ ଗଲା ପିଏମ୍ କିଷାନ ସହାୟତା ଟଙ୍କା । ପ୍ରତି ଚାଷୀ ପରିବାର କୁ ଦଶମ କିସ୍ତି ଆକାରରେ ୨ ହଜାର ଟଙ୍କା ପଠାଯାଇଛି ।

କୃଷକଙ୍କୁ ପ୍ରଧାନମନ୍ତ୍ରୀ ଙ୍କ ପିଏମ୍ କିଷାନ ସହାୟତା ଟଙ୍କା ଯୋଗାଇବା ଯୋଗୁଁ ପ୍ରାୟ ୧୦ କୋଟି ଚାଷୀ ପରିବାର ଉପକୃତ ହେବେ । ଆଉ ଏଥି ପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କା ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ ବର୍ଷ କୁ ୬ ହଜାର ଟଙ୍କା ଲେଖାଏଁ ହିତାଧିକାରୀ ପରିବାର କୁ ଦିଆଯାଏ । ପ୍ରତି ୪ ମାସରେ ଅର୍ଥାତ୍ ୩ ଟି ସମାନ କିସ୍ତିରେ ଏହି ସହାୟତା ଚାଷୀ ଙ୍କ ମିଳିଥାଏ । ପିଏମ୍ କିଷାନ ଯୋଜନାରେ ଗତ ଅଗଷ୍ଟ ମାସରେ ନବମ କିସ୍ତି ସହାୟତା ଦିଆଯାଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles