୧୫ ରୁ ୧୮ ବର୍ଷ ବୟସ୍କଙ୍କ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ; ଜାଣନ୍ତୁ ଟିକା ନେବା ପାଇଁ କ’ଣ କରିବାକୁ ପଡିବ

0
213
୧୫ ରୁ ୧୮

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୦୨/୦୧) : କିଶୋରଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହୋଇଛି ସ୍ଲଟ୍ ବୁକିଂ । ୧୫ ରୁ ୧୮ ବର୍ଷ ବୟସ୍କ ସ୍ଲଟ୍ ବୁକିଂ କରି ନିର୍ଦ୍ଧାରିତ କେନ୍ଦ୍ରରେ ଟିକା ନେଇପାରିବେ । କୋ ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିପାରିବେ । ଏହା ଛଡା ‘ଅନ୍ ଦ ସ୍ପଟ୍’ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇଛି ।

ଯେଉଁମାନେ ସ୍ଲଟ୍ ବୁକିଂ କରିପାରିବେ ନାହିଁ ସେମାନେ ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଂଚି ସ୍କୁଲ ଓ କଲେଜର ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । ୧୫ ରୁ ୧୮ ବର୍ଷ ବୟସ୍କ କିଶୋରଙ୍କୁ ଟିକା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇପାରେ । ଗଣଶିକ୍ଷା ବିଭାଗରୁ ତଥ୍ୟ ଆସିବା ପରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ରାଜଧାନୀରେ ଲକ୍ଷେ କିଶୋର କରୋନାର ଟିକା ନେବେ । ଏଥିପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ୩୫ଟି ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ସେପଟେ ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି, ଏବେ ରାଜ୍ୟରେ ୨୬ ଶହ ଟିକାକରଣ କେନ୍ଦ୍ର ରହିଛି । ସେଥି ମଧ୍ୟରୁ କିଛି ଟିକାକରଣ କେନ୍ଦ୍ରକୁ କେବଳ କିଶୋରଙ୍କ ପାଇଁ ରଖାଯାଇଛି । ୨୦୦୫ରୁ ୨୦୦୭ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପିଲା ଟିକାକରଣ ପାଇଁ ପଂଜିକରଣ କରିପାରିବେ । ବର୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ପିଲା ଟିକାକରଣ ପାଇଁ ବୁକିଂ କରିସାରିଥିବା ସେ ସୂଚନା ଦେଇଛନ୍ତି ।

ପଞ୍ଜିକରଣ ପାଇଁ କ’ଣ କରିବାକୁ ପଡିବ :
-ପ୍ରଥମେ ଜିଓଭି.ଇନ ୱେବସାଇଟକୁ ଯାଆନ୍ତୁ
-କୋ-ୱିନ ଆପରେ ପଞ୍ଜିକରଣ କରିନଥିଲେ ପଞ୍ଜିକରଣ କରନ୍ତୁ
-ଏଠାରେ ଆପଣଙ୍କ ସନ୍ତାନର ନାଁ ଓ ବୟସ ପଞ୍ଜିକରଣ କରନ୍ତୁ
-ପଞ୍ଜିକରଣ ଶେଷ ହେଲା ପରେ ଆପଣଙ୍କ ମୋବାଇଲକୁ କନର୍ଫମେସନ୍ ଆସିବ
-ଆଣପଣଙ୍କ ଅଂଚଳର ପିନକୋର୍ଡ ଦେବାକୁ ହେବ
-ଆପଣଙ୍କ ସାମ୍ନାରେ ଟିକାକରଣ କେନ୍ଦ୍ରର ତାଲିକା ଆସିଯିବ
-ତାରିଖ ଓ ସମୟ ସହିତ ଆପଣଙ୍କ ଟିକାକରଣ ସ୍ଲଟ ବୁକ କରନ୍ତୁ
-ଆପଣ ଟିକାକରଣ କେନ୍ଦ୍ରକୁ ଯାଇ ଆପଣଙ୍କ ପିଲାକୁ ଟିକା ଦେଇପାରିବେ