ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଝିଙ୍କି ଚାମ୍ପିୟାନ

0
159
ମାଁ ମାହେଶ୍ୱରୀ କ୍ରିକେଟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୧) : ବିନିକା ବ୍ଲକ ଅରିଗାଁ ଖେଳାପଡ଼ିଆ ରେ ୩୩ତମ ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଚାଲିଥିବା ଫାଇନାଲ ମ୍ୟାଚ ଟି ସୋନପୁର ର ଝିଙ୍କି ଓ ଅରିଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅରିଗାଁ ଦଳକୁ ୫ ଉଇକେଟରେ ହରାଇ ଝିଙ୍କି ଦଳ ବିଜୟ ଲାଭ କରିଛି ।ମାଁ ମାହେଶ୍ୱରୀ କ୍ରିକେଟ

ମାଁ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଝିଙ୍କି ଦଳ ବିଜୟୀ ହୋଇ ଟ୍ରଫିସହ ୨୫ ହଜାର ଟଙ୍କାର ଚେକ ହାସଲ କରିଥିବା ବେଳେ ଉପ ବିଜେତା ଅରିଗାଁଦଳ ଟ୍ରଫି ସହ ୧୫ ହଜାର ଟଙ୍କା ପାଇଥିଲେ । ଏଥିରେ ଝିଙ୍କି ଦଳର ଦେବାଶିଷ ସାଣ୍ଢ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇ ଥିବା ବେଳେ ଅରିଗାଁ ଦଳ ର ଅଜିତ କୁମାର ଭୁଏ ଶୃଙ୍ଖଳା ର ଶ୍ରେଷ୍ଠ ଖେଳାଳୀ ଓ ଆଜାଦ ପୁଟେଲ ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ପୁରସ୍କାର ଗ୍ରହଣ କରିଥିଲେ ।

ଟୁର୍ଣ୍ଣାମେଣ୍ଟ କମିଟି ର ଅଧ୍ୟକ୍ଷ ବିଶ୍ୱମ୍ଭର ମିଶ୍ରଙ୍କ ସଭାପତିତ୍ୱ ଓ ଦିଲୀପ ମିଶ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦ୍ୟୋଗପତି ପ୍ରବୋଧ କୁମାର ରଥ, ଯୁବଦ୍ୟୋଗୀ ମନୀଷ ଶର୍ମା, ସ୍ଥାନୀୟ ସରପଞ୍ଚ ମାନସ ବେହେରା, ଲଳିତ ମୋହନ ମିଶ୍ର, ନାରାୟଣ କର୍ଣ, ସୁଘୋଷ ମିଶ୍ର, କିଶୋର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମଧୁ ମହାକୁର, ଅମିତ ଭୁଏ, ଗଣେଶ ଖେତି, ଦାତାରାମ କର୍ମୀ, ମହେଶ୍ୱର ମହାକୁର ଏବଂ ଅନ୍ୟମାନେ ଏହାକୁ ସହଯୋଗ କରିଥିଲେ ।