ହାତୀ ଦଳି ନଷ୍ଟ କରି ଦେଲେ ଚାଷୀଙ୍କ ୫ ଏକର ର ଧାନ

0
141
ହାତୀ ଦଳି ନଷ୍ଟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୧) : ବିନିକା ବ୍ଲକ କମିରା ଗ୍ରାମ ର ଚାଷୀ ଭ୍ରମର ମହାକୁର ଙ୍କ ୫ ଏକର ର ଧାନ ହାତୀ ଦଳି ନଷ୍ଟ କରିଥିବା ଅଭିଯୋଗ ହେଉଛି । ଦୀର୍ଘ ଏକମାସ ହେବ ୩୦ ଟିକିଆ ହାତୀପଲ ଉଲୁଣ୍ଡା ଅଞ୍ଚଳରୁ ଖାଦ୍ୟ ଅନ୍ୱେଷଣ ରେ ବିନିକା ଅଞ୍ଚଳକୁ ଚାଲିଆସି ବ୍ୟାପକ କ୍ଷତି ଘଟାଉଛନ୍ତି ।WhatsApp Image 2022 01 03 at 10.55.01 AM ହାତୀ ଦଳି ନଷ୍ଟ କରି ଦେଲେ ଚାଷୀଙ୍କ ୫ ଏକର ର ଧାନ

ପ୍ରାୟ ତିନିଦିନ ହେବ ସିଂଘିଯୁବା ସଂରକ୍ଷିତ ଜଙ୍ଗଳ ରେ ହାତୀପଲ ଡେରାମାଡି ଅଞ୍ଚଳରେ ବହୁ ଧାନ ଫସଲ ନଷ୍ଟ କରିଛନ୍ତି । କମିରା ଗ୍ରାମର ଚାଷୀ ଭ୍ରମର ମହାକୁର ତାଙ୍କ ଖଳାରେ ପ୍ରାୟ ୫ ଏକର ଜମିର ଧାନ ଫସଲ ଗଛିତ ରଖିଥିଲେ । ଗତକାଲି ରାତିରେ ହାତୀପଲ ଆସି ତାଙ୍କ ଧାନ ହାତୀ ଦଳି ନଷ୍ଟ କରିଛନ୍ତି । ତାଙ୍କ କହିବା ଅନୁସାରେ ବସ୍ତାଭର୍ତି ଦୁଇଶହ ପ୍ୟାକେଟ ଧାନ, ଦୁଇଟି ଖରୀଧାନ ଏବଂ କେତେକ ଚୂନଧାନ ମାଡି ଦଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି ।

ବହୁ କଷ୍ଟରେ ଧାର କରଜ କରି ରୋଗପୋକ ରୁ ଧାନ କୁ ରକ୍ଷାକରି ଅମଳ କରିଥିବା ବେଳେ ହାତୀପଲ ଆସି ସମ୍ପୂର୍ଣ୍ଣ ଧାନ କୁ ନଷ୍ଟ କରିଦେବେ ସେ ସ୍ୱପ୍ନରେ ବି ଭାବି ନ ଥିଲେ । ଅନ୍ୟପକ୍ଷରେ ତାଙ୍କର ପୁତ୍ର ବରଗଡ଼ ର ଏକ ଘରୋଇ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଧାନବିକ୍ରୀ କରି ଯାହା ପଇସା ହୋଇଥାନ୍ତା ତାଙ୍କ ପୁଅଙ୍କ ଚିକିତ୍ସା ରେ ଖର୍ଚ୍ଚ କରିଥାନ୍ତେ ବୋଲି ସେ ପ୍ରକାଶ କରିଛନ୍ତି । ଏବେ ଧାନସବୁ ନଷ୍ଟ ହୋଇଯିବା ପରେ କଣ କରିବେ ସେ ଭାବି ପାରୁନାହାନ୍ତି ।

ସେହିପରି ଉକ୍ତ ଗ୍ରାମର ପଲସ୍ତି ମହାକୁର ଙ୍କ ୧ ଏକର ନଡ଼ାଧାନ ହାତୀପଲ ନଷ୍ଟ କରିଥିବା ଜଣା ପଡିଛି । ବନବିଭାଗ କତୃପକ୍ଷ ଙ୍କ ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ଏତେ ମାତ୍ରା ରେ କ୍ଷତି ହେଉଛି ବୋଲି ଅଭିଯୋଗ ହେଉଛି । ତେଣୁ ସରକାର ଉକ୍ତ ଚାଷୀ ଦ୍ୱୟ ଙ୍କୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।