ବାଇକ ଉପରେ ଚଢ଼ିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ OSAP ଯବାନ

0
141
ବାଇକ ଉପରେ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୩/୦୧) : ବାଇକ ଉପରେ ଚଢ଼ିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ OSAP ଯବାନ | ଢେଙ୍କାନାଳ ଜିଲ୍ଲା ଶିମିଳିଆ ଓଭର ବ୍ରିଜ ଉପରେ ତା ୦୨/୦୧/୨୦୨୨ ରିଖ ସକାଳ ସମୟରେ ଏଭଳି ଦୁର୍ଘଟଣା ଘଟିଛି |WhatsApp Image 2022 01 03 at 10.57.43 AM ବାଇକ ଉପରେ ଚଢ଼ିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ OSAP ଯବାନ

ଢେଙ୍କାନାଳ ଓ କପିଳାସ ରାସ୍ତା ଦେଇ ଆସୁଥିବା ଏକ ଟ୍ରକ ନଂ OD06 G 1093 OSAP ଯବାନ ଅବନା ମଲ୍ଲିକ ଙ୍କ ବାଇକ ଟିକୁ ଧକ୍କା ଦେଇଥିଲା | ସୂଚନାନୁଯାଇ, OSAP ହାବିଲଦାର ଅବନା ମଲ୍ଲିକ ବାଇକ ନେଇ ଯାଉଥିବା ସମୟରେ ବାଇକ ଉପରେ ଟ୍ରକ ଟି ଚଢି ଯାଇଥିଲା, ତେବେ ଅବନା ବାଇକ ରୁ ଡେଇଁ ପଡିବାରୁ ସେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି, ହେଲେ ଦୁର୍ଘଟଣା ରେ ବାଇକ ଟି ଚୁରମାର ହୋଇଯାଇଛି | ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ଟିକୁ ଜବତ କରିବା ସହ ଡ୍ରାଇଭର କୁ ଗିରଫ କରିଛି |