ମାତ୍ର ୧୦୭ ଟଙ୍କା ରିଚାର୍ଜ ରେ ପାଆନ୍ତୁ ୮୪ ଦିନ ଭ୍ୟାଲିଡିଟୀ

0
160
ମାତ୍ର ୧୦୭ ଟଙ୍କା

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ, (୦୩/୦୧) : ମାତ୍ର ୧୦୭ ଟଙ୍କା ରିଚାର୍ଜ କରି ପାଆନ୍ତୁ ୮୪ ଦିନ ଭ୍ୟାଲିଡିଟୀ, ଡାଟା କଲିଂ ର ଉଠାନ୍ତୁ ଭରପୂର ମଜା । ନିକଟରେ ଅନେକ ଟେଲିକମ୍‌ କମ୍ପାନୀ ନିଜର ପ୍ରିପେଡ ରିଚାର୍ଜ ପ୍ଲାନ ର ଦାମକୁ ବହୁତ ବଢ଼ାଇଦେଇଛନ୍ତି ।

ରିଚାର୍ଜ ପ୍ଲାନ ଦରବୃଦ୍ଧି ର ଖରାପ ପ୍ରଭାବ ଲୋକଙ୍କ ପକେଟ ଉପରେ ପଡୁଛି । ଟେଲିକମ୍‌ ସେବାର ଆନନ୍ଦ ଉଠାଇବା ପାଇଁ ଏବେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡୁଛି । ଏଭଳି ସ୍ଥିତିରେ ବିଏସଏନଏଲ ର ଅନେକ ରିଚାର୍ଜ ପ୍ଲାନ ରହିଛି ଯେଉଁଥିରେ ଆପଣଙ୍କୁ ଅନ୍ୟ କମ୍ପାନୀ ତୁଳନାରେ ବହୁତ କମ୍‌ ଦାମରେ ଭଲ ଅଫର ମିଳିବ । ଏମିତିରେ ଯଦି ଆପଣ କୌଣସି ଶସ୍ତା ଏବଂ ଭଲ ଅଫର ଖୋଜୁଛନ୍ତି ତାହେଲେ ବିଏସଏନଏଲ ର ମାତ୍ର ୧୦୭ ଟଙ୍କା ର ଏହି ପ୍ଲାନ ଆପଣଙ୍କ ପାଇଁ ବହୁତ ବଢ଼ିଆ ରହିବ ।

ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିଏସଏନଏଲ ର ଏକ ବହୁତ ବଢ଼ିଆ ଖାସ ରିଚାର୍ଜ ପ୍ଲାନ ବିଷୟରେ । ଯାହାର ଦାମ ରହିଛି ୧୦୭ ଟଙ୍କା । ଏଥିରେ ଆପଣଙ୍କୁ ଲମ୍ବା ଦିନ ର ଭ୍ୟାଲିଡିଟୀ ସହ କଲିଙ୍ଗ୍‌ ଏବଂ ଡାଟାର ମଜା ବି ମିଳିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ବିଏସଏନଏଲ ର ଏହି ଖାସ୍‌ ରିଚାର୍ଜ ପ୍ଲାନର ଦାମ୍‌ ରହିଛି ୧୦୭ ଟଙ୍କା । ଏହି ପ୍ଲାନର ରିଚାର୍ଜ କରିବା ଦ୍ୱାରା ଆପଣଙ୍କୁ ୮୪ ଦିନର ଭ୍ୟାଲିଡିଟୀ ମିଳିବ । ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ ବ୍ୟବହାର ପାଇଁ ୩ ଜିବି ଡାଟା ମଧ୍ୟ ମିଳିବ । ଏହା ବ୍ୟତୀତ ବିଏସଏନଏଲ ର ଏହି ଖାସ୍‌ ରିଚାର୍ଜ ପ୍ଲାନରେ ଆପଣଙ୍କୁ କଲିଙ୍ଗ ପାଇଁ ୧୦୦ ମିନିଟ ଫ୍ରି ଭଏସ କଲ୍‌ ମିଳୁଛି ।

ସେହିପରି ୬୦ ଦିନ ର ଫ୍ରି ବିଏସଏନଏଲ ଟ୍ୟୁନ୍ସ ଭି ଆପଣଙ୍କୁ ଏହି ରିଚାର୍ଜ ସହ ମିଳିବ । ଏମିତିରେ ଯଦି ଆପଣ କୌଣସି ଭଲ ଅଫର କମ୍‌ ଦାମରେ ଚାହୁଁଛନ୍ତି ତାହେଲେ ଏହି ବଢ଼ିଆ ରିଚାର୍ଜ ପ୍ଲାନର ମଜା ନେଇପାରିବେ । ଏହା ଲମ୍ବା ସମୟ ବୈଧତା ର ଆସିବା ସହିତ ଇଣ୍ଟରନେଟ କଲିଙ୍ଗ ଏସଏମଏସ୍‌ ପାଇଁ ମଧ୍ୟ ବହୁତ ଭଲ ବିକଳ୍ପ ।