ଗୃହ ବିଭାଗ ର ଶିଥୀଳତା ଯୋଗୁଁ ଅପରାଧ ପ୍ରବଣତା ବୃଦ୍ଧି ପାଉଛି : ଗୌତମ ସାମନ୍ତରାୟ

0
205
ଗୃହ ବିଭାଗ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୦୪/୦୧) : ଗୃହ ବିଭାଗ ର ଶିଥୀଳତା ଯୋଗୁଁ ରାଜ୍ୟରେ ଅପରାଧ ପ୍ରବଣତା ବୃଦ୍ଧି ପାଉଛି । ଗତ ୨ ତାରିଖରେ ବୋରିଗୁମ୍ମା ବ୍ଳକ ତଥା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚିଲିଗୁଡା ନୀଳଗିରି ଜଙ୍ଗଲରେ ଏକ ମହିଳାଙ୍କ ଅର୍ଧ ଉଲ୍ଲଗ୍ନ ବିଭତ୍ସ ଶବ ପୋଲିସ ର ହସ୍ତଗତ ହୋଇଛି ।WhatsApp Image 2022 01 04 at 10.40.18 AM ଗୃହ ବିଭାଗ ର ଶିଥୀଳତା ଯୋଗୁଁ ଅପରାଧ ପ୍ରବଣତା ବୃଦ୍ଧି ପାଉଛି : ଗୌତମ ସାମନ୍ତରାୟ

ଏ ସଂକ୍ରାନ୍ତରେ ବୋରିଗୁମ୍ମା ଥାନା କେସ୍ ନଂ ୨/୨୦୨୨ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ମହିଳାଙ୍କୁ ଧର୍ଷଣ ପରେ ହତ୍ୟା କରିଥିବା ସନ୍ଦେହ ପ୍ରକାଶ କରାଯାଉଛିି । ଇତି ମଧ୍ୟରେ ଆଜି ଜୟପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଶ୍ରୀ ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ଭା.ଜ.ପା. ମହିଳା ମୋର୍ଚ୍ଚା ତରଫରୁ ମୃତକଙ୍କ ପରିବାର କୁ ଭେଟି ଆଲୋଚନା କରିବା ସହ ବୋରିଗୁମ୍ମା ଥାନା ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରି ତୁରନ୍ତ ଅପରାଧୀ ମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରାଯାଇଛି । ଏଥି ସହ ଗତ କିଛି ଦିନ ତଳେ ଜୟପୁର ଗଣଧର୍ଷଣ ଘଟଣା ର ଉଦାହରଣ ଦେଇ ଜୟପୁର ନିର୍ବାଚନ ମଣ୍ଡଳୀର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସିଧାସଳଖ ରାଜ୍ୟ ସରକାର ତଥା ଗୃହ ବିଭାଗ କୁ ଦାୟୀ କରିଛନ୍ତି ଶ୍ରୀ ସାମନ୍ତରାୟ ।

ତାଙ୍କ ସହିତ କୋରାପୁଟ ଜିଲ୍ଲା ମହିଳା ଉପ ସଭାପତି ଶ୍ରୀମତି ଅଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ସୁଷମା ଶୁକ୍ଳା, ଜିଲ୍ଲା ସଭାପତି ଶ୍ରୀମତି ସଂଯୁକ୍ତା ସେଠୀ, ସୁରଭି ପାଣି ସୀମା କରଣ, ଭବାନୀ ରେଡ୍ଡୀ ପ୍ରମୁଖ ଅପରାଧୀ ଙ୍କୁ ଶୀଘ୍ର ଗିରଫ କରିବାକୁ ଗଣମାଧ୍ୟମ ଜରିଆରେ ଦାବି କରିଥିଲେ ।