Thursday, March 28, 2024

Top 5 This Week

Related Posts

କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ଜାଣନ୍ତୁ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୫/୦୧) : କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ, ସେ ନେଇ ଗବେଷଣାରୁ ଆସିଛି ତଥ୍ୟ । ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ର ପତିଙ୍କ ସହ ଭିମସାର ର ୪ ଜଣ ଡାକ୍ତର କରିଥିବା ଅଧ୍ୟୟନ ରୁ ଜଣାପଡିଛି ଯେ, ଯେଉଁ ମାନଙ୍କ ବ୍ଲଡ ଗ୍ରୁପ ବି- ପଜିଟିଭ କିମ୍ବା ଓ- ପଜିଟିଭ ରହିଛି ସେମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ର ସମ୍ଭାବନା ଅଧିକ ରହୁଛି ।

କେଉଁ ବ୍ଲଡ ଗ୍ରୁପ ବ୍ୟକ୍ତିଙ୍କଠାରେ କରୋନା ସଂକ୍ରମଣ ସମ୍ଭାବନା ଅଧିକ ଜାଣିବା ପାଇଁ ପ୍ରାୟ ୧୨୨ ଜଣ ଲୋକଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ୩ ଟି ପର୍ଯ୍ୟୟରେ ରକ୍ତ ନମୁନା ସଂଗ୍ରହ କରିି ପରୀକ୍ଷା କରାଯାଇଥିବା ବେଳେ ଅଧ୍ୟୟନ ରୁ ଏଭଳି ତଥ୍ୟ ସାମ୍ନା କୁ ଆସିଛି । ଗବେଷଣାରେ ସାମିଲ ଥିବା ଭିମସାର ଡାକ୍ତର ସଂଜୀବ ମିଶ୍ର କହିିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ୱୀକୃତି ଦେଇଥିବା ସେ କହିିଛନ୍ତି ।

ତେବେ ଟିକା ନେବାର ୬ ମାସ ପରେ କରୋନା ବିରୋଧରେ ପ୍ରଭାବ ହରାଉଥିବା ମଧ୍ୟ ଅଧ୍ୟୟନ ରୁ ଜଣାପଡିଛି । ତେଣୁ ଟିକା ର ୨ ଟି ଡୋଜ୍ ନେବାପରେ ବୁଷ୍ଟର ଡୋଜ୍ ନେବା ଜରୁରୀ ବୋଲି କୁହାଯାଇଛି ।

Popular Articles