ଉଠା ଦୋକାନୀମାନଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ

0
117
ଉଠା ଦୋକାନୀମାନଙ୍କ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୫/୦୧) : ଉଠା ଦୋକାନୀମାନଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ ହେଲା ଭୁବନେଶ୍ୱର ର ଜନବହୁଳ ମାର୍କେଟ ବିଲ୍ଡିଂ । ତାଙ୍କ ଦାବି ପୂରଣ ନ ହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି ।

ଉଠା ଦୋକାନୀମାନଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଉଚ୍ଛେଦ ଦାବି କରିଥିଲେ । ତେବେ ସେମାନଙ୍କର ଦାବି ପୂରଣ ହୋଇ ନ ପାରିବାରୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ କୁ ବନ୍ଦ କରାଯାଇଛି । ଦୀର୍ଘଦିନ ଧରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ସଂଘ ବିରୋଧ କରିଆସୁଛି । ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂ ର ସୌନ୍ଦର୍ଯ୍ୟକରଣ କୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ସମସ୍ୟା ର ସମାଧାନ ନେଇ ବୁଧବାର ବିଏମସି ଅଧିକାରୀ ଓ କମିଶନର ପୁଲିସ ଓ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ସମସ୍ୟା ର ସମାଧାନ ଉପରେ ନିଷ୍ପତି ବାହାରିପାରେ । ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଅସାମାଜିକ କାର୍ଯ୍ୟ ବଢୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ରାସ୍ତାରେ ଦୋକାନ ପକେଇବାରୁ ପ୍ରବଳ ଭିଡ଼ ହେଉଥିଲା । ଯାହାକୁ ନିୟନ୍ତ୍ରଣ କରିବା ସଂଘ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା ।

ଭିଡ଼ କାରଣରୁ ବିଏମସି ବାରମ୍ବାର୍ ଚଢ଼ାଉ କରୁଥିବା ସଂଘ ଅଭିଯୋଗ କରିଛି । ତେଣୁ ଉଠା ଦୋକାନୀଙ୍କୁ ବିଏମସି ଉଚ୍ଛେଦ ନ କରିବା ଯାଏ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ ବୋଲି ସଂଘ କହିଛି ।