ମହିଳାଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ : ଦୁର୍ବୃତ୍ତ ଫେରାର

0
137
ମହିଳାଙ୍କୁ ଗୋଡେଇ ଗୋଡେଇ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୫/୦୧) : ରାଜଧାନୀରେ ଜଣେ ମହିଳାଙ୍କୁ ଦୁର୍ବୃତ୍ତମାନେ ଗୋଡେଇ ଗୋଡେଇ ହାଣିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆକ୍ରମଣ ର ଶୀକାର ହୋଇଥିବା ମହିଳା ଜଣଙ୍କ ହେଲେ ଫୁଲେଶ୍ୱରୀ ବସ୍ତି ର ରୁସାନା ବିବି ।

ମହିଳାଙ୍କୁ ଗୋଡେଇ ଗୋଡେଇ ତାଙ୍କ ଦୁଇ ହାତ ଓ ଛାତି କୁ ଦୁର୍ବୃତ୍ତମାନେ ହାଣି ପକାଇଥିଲେ । ଉକ୍ତ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅନ୍ୟ ପଟେ ରୁସାନା ବିିବିଙ୍କ ପୁଅ କୁ ଦୁର୍ବୃତ୍ତମାନେ ବାନ୍ଧି କଙ୍ଗାରୁ କୋର୍ଟ କରିବା ସହ ନିର୍ଧୁମ ପିଟିଥିଲେ । ରୁସାନା ବିବି ଜୀବନ ବିକଳରେ ଦୌଡ଼ି ଦୌଡ଼ି ଆସି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ପୁଅ କୁ ଉଦ୍ଧାର କରିଛି । ଅନ୍ୟ ପଟେ ଏକ ମାମଲା ରୁଜ୍ଜୁ କରି ଅପରାଧୀମାନଙ୍କୁ ଧରିବାକୁ ଜୋରଦାର ଚଢ଼ଉ ଜାରି ରଖିଛି ।

ଫୁଲେଶ୍ୱରୀ ବସ୍ତିରେ ପୁଅ ଓ ସ୍ୱାମୀଙ୍କ ସହ ରୁସାନା ବିବି (୪୨) ରୁହନ୍ତି । ସରକାରୀ ଜମିରେ ଘର କରିବାକୁ କେନ୍ଦ୍ରକରି ପଡୋଶୀଙ୍କ ସହ ପୂର୍ବରୁ ରୁସାନାଙ୍କ ବିବାଦ ଘନିଭୂତ ହୋଇଥିଲା । ଏହି ବିବାଦ ମଙ୍ଗଳବାର ଦିନ ଉଗ୍ରରୂପ ଧାରଣ କରିଥିଲା । ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ୧୦ ରୁ ଅଧିକ ଯୁବକ ହାତରେ ମାରଣାସ୍ତ୍ର ଧରି ରୁସାନାଙ୍କ ଘର ସମ୍ମୁଖ କୁ ଆସି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ରୁସାନା ଆସି ପଚାରିବାରୁ ଦୁର୍ବୃତ୍ତମାନେ ହାତରେ ଧରିଥିବା ଭୁଜାଲିରେ ମହିଳାଙ୍କୁ ଗୋଡେଇ ଗୋଡେଇ ହାଣି ପକାଇଥିଲେ ।

ପୁଅ ପ୍ରତିବାଦର କରିବାରୁ ତାକୁ ବାନ୍ଧି ନିର୍ଧୁମ ମାଡ ମାରିଥିଲେ । ଯୁବକମାନେ ମହିଳାଙ୍କ ମୋବାଇଲ ଫୋନକୁ ଛଡାଇ ନେଇ ଯିବା ପରେ ସେ ଦୌଡ଼ି ଦୌଡ଼ି ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପରାଧୀମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି ।