ଧର୍ମରକ୍ଷା ନିଧି ଅର୍ପଣ କାର୍ଯ୍ୟକର୍ମ ଅନୁଷ୍ଠିତ

0
107
ଧର୍ମରକ୍ଷା ନିଧି ଅର୍ପଣ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୬/୦୧) : ଆଜି ଢେଙ୍କାନାଳ ସହର ସ୍ଥିତ ଯଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଭାରତ ମାତାଙ୍କୁ ପୂଜା ଅର୍ଚନା କରାଯାଇ ଧର୍ମରକ୍ଷା ନିଧି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ବିଶ୍ୱ ହିନ୍ଦୁ ସ୍ଥାପନା, ମଠ ମନ୍ଦିର ସୁରକ୍ଷା, ଗୋମାତା ଙ୍କ ରକ୍ଷା, ମାଁ ମାନଙ୍କ ରକ୍ଷା, ତଥା ଭାରତ ମାତାଙ୍କ ସୁରକ୍ଷା ଦେବା ଦୁଷ୍ଠିରୁ ଓ ଭାରତ ମାତାଙ୍କୁ ହିନ୍ଦୁ ରାଷ୍ଟ୍ରରେ ଗଢି ତୋଳିବା ପାଇଁ ସଂକଳ୍ପ ବଦ୍ଧ ହୋଇ ଆଜି ଏହି ଧର୍ମରକ୍ଷା ନିଧି ଅର୍ପଣ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ର ଶରତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଅଞ୍ଜନା କୁମାର ହୋତା, ଜିଲ୍ଲା ଉପସଭାପତି ରତନ ଭୂଷଣ ସାହୁ, ଜିଲ୍ଲା ସମ୍ପାଦକ ଉମେଶ ଚନ୍ଦ୍ର ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ମନୋରଞ୍ଜନ ସାହୁ, ବିଭାଗ ସଂଗଠନ ମନ୍ତ୍ରୀ ଅସିତ କୁମାର ସାହୁ, ନଗର ସଭାପତି କୈଳାଶ ଚନ୍ଦ୍ର ରାଉତ, ନଗର ଗୋ-ରକ୍ଷା ପ୍ରମୁଖ ସମୀର ବେହେରା ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।