ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୁକ୍ତ ଏଲଏଚବି କୋଚ ସହ ଗଡ଼ିଲା ତପସ୍ୱିନୀ

0
138
ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୦୭/୦୧) : ଢେଙ୍କାନାଳ-ଅନୁଗୁଳ ଦେଇ ଚଳାଚଳ କରୁଥିବା ତପସ୍ୱିନୀ ଏକ୍ସପ୍ରେସ ସଂଯୁକ୍ତ ହୋଇଛି । ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୁକ୍ତ ଏଲଏଚବି କୋଚ ଭୁବନେଶ୍ୱର ରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ।

ଢେଙ୍କାନାଳ ରେଳ ଷ୍ଟେସନ ରେ ଅନୁଗୁଳ ଏଡିଆରଏମ୍ ବ୍ରିଜେଶ କୁମାର ମିଶ୍ର ଏହି ଅତ୍ୟାଧୁନିକ ବ୍ୟବସ୍ଥା ସମ୍ପର୍କ ରେ ସୂଚନା ଦେଇଛନ୍ତି । ଟ୍ରେନ ଯାତ୍ରା କୁ ଆରାମଦାୟକ କରିବାକୁ ତପସ୍ୱିନୀ ଏକ୍ସପ୍ରେସ ରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଯୁକ୍ତ ଏଲଏଚବି କୋଚ ସଂଯୁକ୍ତ ହୋଇଛି । ପୁରୀ ଠାରୁ ହଟିଆ ପର୍ଯ୍ୟନ୍ତ ୬୪୦ କିଲୋମିଟର ଦୀର୍ଘ ପଥରେ ୧୪ ଷ୍ଟେସନ ଦେଇ ତପସ୍ୱିନୀ ଏକ୍ସପ୍ରେସ ଯାତାୟାତ କରୁଛି । ଏହାଦ୍ୱାରା ଲକ୍ଷାଧିକ ଯାତ୍ରା ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମାଧ୍ୟ୍ୟମରେ ବରିଷ୍ଠ ଆସିଷ୍ଟାଣ୍ଟ ଡିଭିଜିନାଲ ଇଞ୍ଜିନିଅର ସଞ୍ଜୟଦତ ମୀନା ତାଳଚେର ଏଡିଏମଓ ଡ଼ କିରଣ କୁମାରୀ ପ୍ରମୁଖ ଉପସସ୍ଥିତ ଥିଲେ, ଢେଙ୍କାନାଳ ଷ୍ଟେସନ ମ୍ୟାନେଜର ମନୋଜ କୁମାର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ପୁରୀ ଏବଂ ଭୁବନେଶ୍ୱର ରୁ ଭିଡ଼ିଓ କନଫରେନ୍ସ ମାଧ୍ୟ୍ୟମରେ ଏହି କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।