ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କରୋନା ପଜିଟିଭ : ଆଜି ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ

0
147
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୭/୦୧) : କରୋନାରେ ଆକ୍ରାନ୍ତ ହୋଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଏ ନେଇ ସେ ନିଜେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।379d1813 7cae 4b55 bb90 af4c4ac79fb3 ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କରୋନା ପଜିଟିଭ : ଆଜି ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ

କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଇସୋଲେସନ ରେ ରହିଥିବା ନେଇ ଟ୍ୱିଟ କରି ଜଣାଇଛନ୍ତି । ଏଥି ସହ ଗତ ୩ ଦିନ ରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ କରୋନା ସଂକ୍ରମଣ ସାଂଘାତିକ ରୂପ ନେଉଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ହେଉଛି ୧୧୨୪ ଟି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗ ର ୪୦୯ ଜଣ ଅଛନ୍ତି ।