ବୌଦ୍ଧ ବନଖଣ୍ଡ ତରଫରୁ ପକ୍ଷୀ ଗଣନା ଶେଷ, ଚଳିତ ବର୍ଷ ୧୮୮୬ ପକ୍ଷୀଙ୍କ ଆଗମନ

0
198
ବୌଦ୍ଧ ବନଖଣ୍ଡ ତରଫରୁ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୦୭/୦୧) : ଜାତୀୟ ପକ୍ଷୀ ଗଣନା ଦିବସ ଉପଲକ୍ଷେ ବୌଦ୍ଧ ବନଖଣ୍ଡ ତରଫରୁ ବୌଦ୍ଧ ରେଞ୍ଜ, ପୁରୁଣାକଟକ ରେଞ୍ଜ, କଣ୍ଟାମାଲ ରେଞ୍ଜ, ମାଧପୁର ରେଞ୍ଜ ଅଂଚଳରେ ପକ୍ଷୀ ଗଣନା କରାଯାଇଛି । ମହାନଦୀ ସମତେ ବିଭିନ୍ନ ପୋଖରୀ ଅଂଚଳରେ ଏହି ପକ୍ଷୀ ଗଣନା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା ।

ବୌଦ୍ଧ ବନଖଣ୍ଡ ତରଫରୁ ମହାନଦୀ ରେ ଦେଶୀ ଡ଼ଙ୍ଗା, ଦୁରାବିକ୍ଷଣ ଯନ୍ତ୍ର ଓ କ୍ୟାମେରା ସାହାଯ୍ୟରେ ଗଣନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ବିଦେଶୀ ପକ୍ଷୀ ୮ ଟି ପ୍ରଜାତିର ଓ ଦେଶୀ ପକ୍ଷୀ ୧୯ ଗୋଟି ପ୍ରଜାତି ର ଆଗମନ ହୋଇଥିଲା । ମୋଟ ୧୮୮୬ ଗୋଟି ପକ୍ଷୀ ଙ୍କ ଆଗମନ ହୋଇଥିବା ବୌଦ୍ଧ ବନଖଣ୍ଡ ଡି. ଏଫ. ଓ ଦେବ ପ୍ରିୟ କମ୍ପ ପ୍ରକାଶ କରିଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କିଛି ମାତ୍ରାରେ ପକ୍ଷୀ ସଂଖ୍ୟା କମିଛନ୍ତି ବୋଲି ଡି. ଏଫ. ଓ ପ୍ରକାଶ କରିଛନ୍ତି । ଏହି ଗଣନା ରେ ବ୍ରାହିମନୀ ଡକ(ଚକୁଆ), ପାଣି ଡୁବୁକି, ମାଈଗ୍ରାଟୋରୀ, ଲାଞ୍ଜିଗେଣ୍ଡି, ହଂସରାଣି, ଟଣ୍ଟିଆ, ନଦୀ ଟଣ୍ଟିଆ, ହଳଦୀମୁହାଁ ଟଣ୍ଟିଆ, ପାଣିଚିରା ଗ୍ରେଟ ଥିକନୀ, ଜେଟିଂସ ଫ୍ଲୋଭର, କମନ ଗ୍ରୀନ ପ୍ରମୁଖ ପକ୍ଷୀ ଥିଲେ । ଏହି ଗଣନା ରେ ରେଞ୍ଜ ଅଫିସର ନିହାର ରଂଜନ ମଲ୍ଲିକ , ହରଭଙ୍ଗା ବନପାଳ ବିଜୟ ନନ୍ଦ ସାହୁ, ଆଶିଷ ମେହେର, ସିଲୁ ପ୍ରଧାନ ଆଦି ବିଭିନ୍ନ ରେଞ୍ଜ ର କର୍ମଚାରୀ ମାନେ ସାମିଲ ଥିଲେ ।