କଂଗ୍ରେସ ଦଳ ର କର୍ମୀ ସମ୍ମିଳନୀ ରେ ଯୋଗ ଦେଲେ ସାଂସଦ ସପ୍ତଗିରି ଉଲାକା

0
134
କଂଗ୍ରେସ ଦଳ ର

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୦୯/୦୧) : ଗୁଡ଼ାରି ବ୍ଲକ ର ସିରିଗୁଡା ଗ୍ରାମ ରେ କଂଗ୍ରେସ ଦଳ ର ଏକ ବିଶାଳ କର୍ମୀ ସମ୍ମିଳନୀ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ।

କୋରାପୁଟ ସାଂସଦ ସପ୍ତଗିରି ଉଲାକା କଂଗ୍ରେସ ଦଳ ର କର୍ମୀ ସମ୍ମିଳନୀ ରେ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନ ରେ ଦଳ ଯେପରି ଗୁଡ଼ାରି ବ୍ଲକ ରେ ବିପୁଳ ବିଜୟ ହାସଲ କରିବ କହିଥିଲେ । ଦଳ ରେ ଶାନ୍ତି ବଜାୟ ରଖିବା ସହ ଲୋକ ଙ୍କ ନିକଟରେ ପହଞ୍ଚିବା ପାଇଁ ସେ କର୍ମୀ ଙ୍କୁ ତାଗିଦ କରିଥିଲେ ।

ପ୍ରଥମେ ସାଂସଦ ଏବଂ ଅଗାନ୍ତୁକ ମାନଙ୍କୁ ଏକ ବିଶାଳ ରାଲି ରେ ଗ୍ରାମ ପରିକ୍ରମା କରିଥିଲେ । ପରେ କର୍ମୀ ସମ୍ମିଳନୀ ହୋଇଥିଲା । ଗୁଡ଼ାରି ର ବରିଷ୍ଠ କଂଗ୍ରେସ ନେତା ରଘୁନାଥ ପାତ୍ର ଙ୍କ ତତ୍ୱବାଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ରାମ ମୂର୍ତ୍ତି ଗରଲୁ, NAC କଂଗ୍ରେସ ସଭାପତି ଶାନ୍ତି ପୂଜାରୀ, ବ୍ଲକ ଅଧ୍ୟକ୍ଷା ଶାନ୍ତି ଜାଗରଙ୍ଗା, ରିସି ଶବର, ଗୌରୀ ସାହୁ, ସୀମାଦ୍ରୀ ତ୍ରିନାଥ, ପେଡିନା ରମେଶ, ସୁଦାମ ଶବର, ଗୋପାଳ ପିଡ଼ିକକା ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ସାଂସଦ ଙ୍କ ଉପସ୍ଥିତିରେ ଅନେକ ଗ୍ରାମ ପଞ୍ଚାୟତ ର କିଛି ଲୋକ କଂଗ୍ରେସ ରେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଭାସ୍କର ଜାଗରଙ୍ଗା ପରିଚାଳନା କରିଥିଲେ ।