ସ୍ଲୋଭାକିଆ ଦେଶର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ପୁଣି ଗିନିଜ ବୁକରେ ବିଶ୍ୱ ରେକର୍ଡ କଲେ ସତ୍ୟପୀର ପ୍ରଧାନ

0
199

ଭୁବନେଶ୍ୱର (୨୪/୦୭): ଭାରତର ପଞ୍ଚମ୍ୟାନ ଭାବରେ ସୁପରିଚିତ ସତ୍ୟପୀର ପଧାନ, ୨୩ ତାରିଖ ଦିବା ୧୨.୦୫ ଘଟିକାରେ ପୂର୍ବରହିତ ସ୍ଲୋଭାକିଆ ଦେଶର ପ୍ରସିଦ୍ଧ ମୁଷ୍ଟିଯୋଦ୍ଧା ପାଭେଲ୍ ରୁଷୋଭ୍ ଙ୍କର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ଭାରତର ନାମରେ ପ୍ରସିଦ୍ଧି ଆଣିଛନ୍ତି। ଏହି କୃତିତ୍ୱ ପାଇଁ ସାରା ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ଶୁଅ ଛୁଟୁଛି।dbfa4442 14b5 47cc 8a7f ccfaa55504d2 ସ୍ଲୋଭାକିଆ ଦେଶର ଗିନିଜ ବିଶ୍ଵ ରେକର୍ଡ ଭାଙ୍ଗି ପୁଣି ଗିନିଜ ବୁକରେ ବିଶ୍ୱ ରେକର୍ଡ କଲେ ସତ୍ୟପୀର ପ୍ରଧାନ

ଗିନିଜ ବିଶ୍ଵ ରେକର୍ଡ: ପୂର୍ବ ରହିତ ଦୁଇ ହାତରେ ସର୍ବାଧିକ ୩୩୪ ଥର ମୁଷ୍ଠି ପ୍ରଘାତ ର ରେକର୍ଡ ଭାଙ୍ଗି ଶ୍ରୀ ପଧାନ ୩୪୮ ଥର ମୁଷ୍ଠି ପ୍ରଘାତ କରି ନୂଆ ରେକର୍ଡ ଭାରତର ନାମରେ ସ୍ଥାପନା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା।

ସୂଚନା ଯୋଗ୍ୟ ଯେ ଶ୍ରୀ ପଧାନ ପୂର୍ବରୁ ୨୦୧୭ ରେ ଗୋଟିଏ ଏବଂ ୨୦୧୮ ରେ ଆଉ ଗୋଟିଏ ଗିନିଜ ବିଶ୍ଵ ରେକର୍ଡ ସ୍ଥାପନା କରିସାରିଛନ୍ତି, ଏବଂ ଏହି କିର୍ତିମାନ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କଦ୍ଵାରା ସମ୍ମାନିତ ହୋଇଛନ୍ତି। ପୂର୍ବରୁ କରିଥିବା ଦୁଇଟି ବିଶ୍ୱ ରେକର୍ଡ ମୁଷ୍ଟି ପ୍ରଘାତରେ ହୋଇଥିବାରୁ ପଞ୍ଚମ୍ୟାନ୍ ଭାବରେ ସୁନାମ ଅର୍ଜନ କରି ସାରିଥିବା ସହିତ ଦେଶର ଯୁବକ ଯୁବତୀଙ୍କୁ ଏହି ଭଳି କିର୍ତିମାନ୍ କରିବାକୁ ପ୍ରେରଣା ଦେଉଛନ୍ତି। କଳାହାଣ୍ଡି ଜିଲ୍ଲା ଦେପୁର୍ ଗ୍ରାମସ୍ଥ ପିତା ଶ୍ରୀ ଅନିରୁଦ୍ଧ ପଧାନ ଓ ମାତା ଶକୁନ୍ତଳା ପଧାନଙ୍କ ସୁପୁତ୍ର ଏବଂ ପତ୍ନୀ ନିବେଦିତା ପ୍ରଧାନ ଅଟନ୍ତି।

ଏହି କାର୍ଯ୍ୟକ୍ରମ ପାଇଁ ସେ ଗିନିଜ ରେକର୍ଡକୁ ଆବେଦନ କରିଥିଲେ ଏବଂ ଗତ ୭ ତାରିଖରେ ଅନୁମତି ପାଇଥିଲେ। ବର୍ତ୍ତମାନ ସେ ଦୁଇ ହାତରେ ସର୍ବାଧିକ ମୁଷ୍ଟି ପ୍ରଘାତ କରି ବିଶ୍ଵ ରେକର୍ଡ କରିବା ପାଇଁ ପ୍ରୟାସ କରି ସାରିଛନ୍ତି। ବର୍ତମାନ ସେ ଗିନିଜ ବିଶ୍ୱ ରେକର୍ଡ କୁ ସମସ୍ତ ତଥ୍ୟ ଏବଂ ଆବଶ୍ୟକ ସୂଚନା ପଠାଇବେ। ଉକ୍ତ କାର୍ଯ୍ୟକ୍ରମରେ ଏକ୍ସପର୍ଟ ୱିଟନେଶ ଭାବରେ ଶ୍ରୀ ସୁଧୀର ଚନ୍ଦ୍ର ଛତ୍ରିଆ, ପଞ୍ଚ ପ୍ୟାଡ୍ କିପର୍ ଭାବରେ ଶ୍ରୀ ସୁଜ୍ଞାନ କେଶରୀ ପ୍ରଧାନ ଏବଂ ଟାଇମ କିପର୍ ଭାବରେ କ୍ରୀଡାବିତ୍ ସସ୍ମିତା ରାଉତରାଏ ଓ ଗଜେନ୍ଦ୍ର ବାରିକ ଦାୟିତ୍ଵ ତୁଲାଇଥିଲେ।।

ଶ୍ରୀ ପଧାନ ସାମରିକ କଳାରେ ରୁଚି ରଖିଥିବା ସହିତ ସେ ଭୌତିକ ଚିକିତ୍ସା ବିଜ୍ଞାନରେ (ସ୍ନାୟୁରୋଗ) ଉତ୍କଳ ବିଶ୍ୱବଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିସାରିଛନ୍ତି । ପୂର୍ବରୁ ଶ୍ରୀ ପଧାନ ତାଙ୍କର ବିଭିନ୍ନ କୀର୍ତ୍ତି ପାଇଁ ଦେଶ ତଥା ଦେଶ ବାହାରେ ଅନେକ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ପଧାନଙ୍କ ପ୍ରେରଣାରେ ଓଡ଼ିଶା ଏବଂ ରାଜସ୍ଥାନର ଦଶରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ବିଶ୍ଵ କିର୍ତିମାନ୍ ସ୍ଥାପନ କରିଛନ୍ତି ଏବଂ ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ଶ୍ରୀ ପଧାନଙ୍କୁ ମିଳିତ ଜାତସଂଘ (U.N) ତରଫରୁ ଦିଲ୍ଲୀ IIT ଠାରେ କର୍ମବୀର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।
ଓଡିଶା ନ୍ୟୁଜ୨୪ ବ୍ୟୁରୋ , ଭୁବନେଶ୍ୱର