ବିଜୁ ପକ୍କା ଘର ପାଇଥିବା ହିତାଧିକାରୀ ଙ୍କୁ ମରାମତି ପାଇଁ ୩୦୦୦ ଟଙ୍କା ପ୍ରଦାନ

0
219
ବିଜୁ ପକ୍କା

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୮/୧) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ବିଜୁ ପକ୍କା ଘର ପାଇଥିବା ହିତାଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ମରାମତି କରାଯିବା ପାଇଁ ୩୦୦୦ ଟଙ୍କା ପ୍ରଦାନ କରାଯାଇଛି ।

ଆଜି ଚାଟିକଣା ପଞ୍ଚାୟତ ଗୋଭର୍ଣ୍ଣର ପଡାରେ ବିଜୁ ଜନତା ଦଳ ର ବ୍ଲକ ଯୁବ ଉପ ସଭାପତି ପି. ଅନିଲ କୁମାର ଓ ପଞ୍ଚାୟତ ସେକ୍ରେଟାରୀ ଶ୍ରୀ ରାଧାଶ୍ୟାମ ହିଆଲ ମିଶି ବିଜୁ ପକ୍କା ଘର ପାଇଥିବା ହିତାଧିକାରୀ ମୋହନ କୁସୁଳିଆ, କମଲା ନାଗ, ଯୁଧିଷ୍ଠିର ହିଆଲ, ବନ କରକାରିଆ, ଧନସିଂ କରକାରିଆ, ସବିତା ହିଆଲ ଙ୍କ ପାଖରେ ପହଞ୍ଚି ବାର୍ତ୍ତା ଜଣାଇଥିଲେ ।