ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶିତ

0
127
ଜିଲ୍ଲା ପରିଷଦ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୦୯/୦୧) : ବହୁ ବାଦ-ବିବାଦ ପରେ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏହି ଚୂଡ଼ାନ୍ତ ସଂରକ୍ଷଣ ତାଲିକା ରେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ମୋଟ ୩୦ ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥି ମଧ୍ୟରୁ ୧୫ ଟି ଅଧ୍ୟକ୍ଷ ପଦ ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧକ୍ଷ ପଦ ମହିଳା ଙ୍କୁ ମିଳିବ । ଅନୁସୂଚିତ ଜାତି ଙ୍କ ପାଇଁ ୫ ଟି ସ୍ଥାନରେ ସଂରକ୍ଷିତ ରଖାଯାଇଛି । ୧୦ ଟି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ଅଣ ସଂରକ୍ଷିତ ରହିଛି ।