ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ଚବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

0
184
ଜିଲ୍ଲା ସ୍ତରୀୟ ଶିଶୁ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼, (୦୮/୦୧) : ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଆବାସିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ଲୁକାୟତ କଳା ପ୍ରତିଭା ଓ କ୍ରୀଡ଼ା କୁ ପ୍ରଶ୍ଚାହାନ କରିବା ଉଦ୍ଧେଶ୍ୟରେ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଶିଶୁ ମହୋସ୍ଚବ ସର୍ଗିଫୂଲ୍ କାର୍ଯ୍ୟକ୍ରମ ପାଳନ ହେଉଥିବା ଅବସରରେ ରାୟଗଡ଼ା ସହରର ସ୍ଥାନୀୟ ଜୁପିଟର ଇଣ୍ଟରନେସନାଲ୍ ସ୍କୁଲ୍ ପରିସର ମଧ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ଚବ ସରଗିଫୁଲ୍ ୨୦୨୧ ପାଳନ ହୋଇଯାଇଛି ।1b7b2f05 26dc 4bf4 9d7e 1a2076b078fe ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ଚବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ଚବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ର ଆରମ୍ଭରେ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଙ୍କ ଦ୍ଵାରା ଦୀପ ପ୍ରଜଳନ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ PAITDA ଶ୍ରୀ ଟୁକୁ ବାରିକ୍, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ ସତପଥି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ରାୟଗଡ଼ା ଉପଖଣ୍ଡର ଶ୍ରୀ ସଲମନ୍ ରାଇକା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁଣପୁର ଉପଖଣ୍ଡର ଶ୍ରୀ ଶ୍ରୀନିବାସ ଆଚାର୍ଯ୍ୟ ଏବଂ ଜୁପିଟର ଇଣ୍ଟରନେସନାଲ୍ ସ୍କୁଲ୍ ର ପ୍ରିନିସ୍ପାଲ୍ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ରହିଥିଲେ ଶିକ୍ଷକ ଶ୍ରୀ ଦ୍ଵିତି ଚନ୍ଦ୍ର ସାହୁଙ୍କ ଦ୍ଵାରା ମଞ୍ଚ ପରିଚାଳନା ହୋଇଥିବା ବେଳେ କାର୍ଯ୍ୟକ୍ରମର ଶେଷରେ ଶିକ୍ଷକ ଶ୍ରୀ ଗୋପୀନାଥ ପରିଚ୍ଛା ଉପସ୍ଥିତ ଅତିଥି , ଶିକ୍ଷକ ଓ ଜୁରି ମେମ୍ବର ମାନଙ୍କ ଉଦ୍ଧେଶ୍ୟରେ ଧନ୍ୟବାଦ୍ ଅର୍ପଣ କରିବା ସହ ସଭା ସଙ୍ଗ ହୋଇଥିଲା |0f10b0c2 9791 4cb2 ac8e c8696d2aff18 ଜିଲ୍ଲା ସ୍ତରୀୟ ଶିଶୁ ମହୋସ୍ଚବ ସର୍ଗିଫୁଲ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶେଷରେ ଜିଲ୍ଲାର ବିଭିନ୍ନ ବ୍ଲକ ସ୍ତରୀୟ ରୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ଏକକ ସଙ୍ଗୀତ, ସ୍ଲୋଗାନ ସମୁହଧ୍ଵନି ଲିଖନ, ଚିତ୍ରାଙ୍କନ, କବିତା ଲିଖନ , ଭାଷଣ, ରଙ୍ଗୋଲି ଚିତ୍ର, ସୃଜନାତକ ଲିଖନ/ଗଳ୍ପ/କାହାଣୀ ଲିଖନ, କୌତୁହଳ ପୋଷାକ ପରିବେଷଣ, କାରକ/ବାଦ୍ୟ ଯନ୍ତ୍ର ସଙ୍ଗୀତ, ଦଳଗତ ନୃତ୍ୟ ଓ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କ କଳା ପ୍ରତିଭାକୁ ଉପସ୍ଥିତ ଜୁରି ମେମ୍ବର ମାନେ ଭିଡ଼ିଓ ମାଧ୍ୟମରେ ଦେଖି ମୂଲ୍ୟାଙ୍କନ କରି ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନରେ ଚୟନ କରିଥିଲେ ।

ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ ଶିଶୁ ମହୋତ୍ସବ ସର୍ଗିଫୁଲରେ ଭାଗନେବାର ସୂଚନା ରହିଛି । ଜୁରି ମେମ୍ବର ଭାବେ ଶିକ୍ଷକ ତଥା ହାସ୍ୟ କଳାକାର ପ୍ରଭାକର ମିଶ୍ର, ବହୁ ପ୍ରତିଭା ଅଧିକାରୀ କଳାକାର ତଥା ସାମ୍ବାଦିକ ସୁପ୍ରିତ ସନ୍ତୋଷ ବଛା, ପ୍ରସାନ୍ତ ପଟ୍ଟନାୟକ, କାଳିରଥ, ଓ ଅନ୍ୟାନ୍ୟ ବରିଷ୍ଟ କଳାକାର ପ୍ରମୁଖ ଯୋଗ ଦେଇଥିଲେ ।