Thursday, March 28, 2024

Top 5 This Week

Related Posts

ସାଂସଦ ସପ୍ତଗିରୀ ଉଲ୍ଲାକା ଙ୍କ ଦ୍ଵାରା ସାପ୍ତାହିକ ହାଟ ଉଦଘାଟନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୦୯/୦୧) : ରାୟଗଡ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗାଡି ଶେଷଖାଲ ପଞ୍ଚାୟତ ର କଲଟିଗୁଡା ଗାଁରେ ସାଂସଦ ସପ୍ତଗିରୀ ଉଲ୍ଲାକା ଙ୍କ ଦ୍ଵାରା ସାପ୍ତାହିକ ହାଟ ଉଦଘାଟନ ହୋଇଯାଇଛି । ଦୀର୍ଘ ତିନି ବର୍ଷ ହେବ ସରପଞ୍ଚ ଲୋକନାଥ କଣ୍ଡାଗରି ପ୍ରୟାସ କରିଥିବା ବେଳେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବୁଦ୍ଧିଆ ଖଣ୍ଡରିଆ ସ୍ୱତନ୍ତ୍ର ଆଗ୍ରହରେ ଏହା ସମ୍ଭବ ହେଇ ପାରିଛି ବୋଲି ଉପସ୍ଥିତି ଭଦ୍ର ବ୍ୟକ୍ତି ମାନେ କହିଛନ୍ତି ।8322c482 8e7d 43cc a079 dadf220a45f9 ସାଂସଦ ସପ୍ତଗିରୀ ଉଲ୍ଲାକା ଙ୍କ ଦ୍ଵାରା ସାପ୍ତାହିକ ହାଟ ଉଦଘାଟନ

ନାବାର୍ଡ, ଜେ କେ କାଗଜ କଳ ଓ ପଞ୍ଚାୟତ ମିଶି ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏହି ହାଟ ର ଗୋଦାମ ଗୃହ, ଦୋକାନ ପିଣ୍ଡା, ହାଟ ବାଉଣ୍ଡରୀ ଗୁଡିକ ନିର୍ମାଣ କରାଯାଇଛି । ଏହାର ଲୋକାର୍ପଣ ପାଇଁ କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରୀ ଉଲ୍ଲାକା କର କମଳରେ ଉଦଘାଟନ କରାଯାଇଥିଲା । ଏହି ହାଟ ସଠିକ ଭାବରେ ଚାଲିଲେ ଆଖ ପାଖ ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ଏହି ବଜାର ଲାଭଦାୟକ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଭୂଖଣ୍ଡ ଏକ ବିର ମାଟି ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ରାମ ଚନ୍ଦ୍ର ଉଲ୍ଲାକା ଙ୍କ ଧର୍ମ ପତ୍ନୀ ରତ୍ନମଣି ଉଲ୍ଲାକା ତାଙ୍କ ଅଭିଭାଷଣରେ କହିଥିଲେ ।

ସାଂସଦ ଶ୍ରୀ ଉଲ୍ଲାକା କହିଥିଲେ ଯେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଏକ ଭଲ ପ୍ରତିନିଧି ବାଛି ଭୋଟ ଦେବା ପାଇଁ କହିଥିଲେ । ଏହି ଅଞ୍ଚଳ ର କର୍ମୀ ମାନେ ସଚୋଟ ଅଛନ୍ତି ବୋଲି ପି ସି ସି ସଭ୍ୟ ଜଗନାଥ ପଣ୍ଡା କହିଛନ୍ତି । ଏହି ବଜାର ନିର୍ମାଣ ପାଇଁ ନାବାର୍ଡ ରୁ ଦଶ ଲକ୍ଷ, ଜେ କେ କାଗଜ କଳ ୨୭ ଲକ୍ଷ, ସିଏଫ ସି ଏସ ଏସ ଏଫ ସି ଫଣ୍ଡ ଏବଂ ଏମ ଜି ଏନ ଆର ଜି ଏ ଫଣ୍ଡ ରୁ ସମୁଦାୟ ୭୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଛି । ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଲେ ପରିବା ଚାଷୀ ଜଙ୍ଗଲ ଜାତ ଦ୍ରବ୍ୟ ଗୁଡିକ ର ଉଚିତ ମୂଲ୍ୟ ଚାଷୀଙ୍କୁ ମିଳିବ ବୋଲି ଏସ ସି ସେଲ ର ଜିଲା ସମ୍ପାଦକ ଚିତ ରଞ୍ଜନ ଗାଁଠା କହିଛନ୍ତି । ଆଖ ପାଖ କଂଗ୍ରେସ କର୍ମୀ ମାନେ ପାରମ୍ପରିକ ବାଦ୍ୟ ସହ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଥିଲେ ।

ଏହି ଲୋକାର୍ପଣ କାର୍ଯ୍ୟକ୍ରମ ରେ ସୀମାଞ୍ଚଳ ଉଲ୍ଲାକା, ଧବଳେଶ୍ବର ନାୟକ, ଗୋବର୍ଦ୍ଧନ ବାବୁ, ନୀଳମାଧଵ ଉଲ୍ଲାକା, ଏସ ମୋହନ ରାଓ, ଗିରିମାଝୀ ପୁଲାକା, ମନ୍ମଥ ଭାତୃଆ, ରବି କଣ୍ଡାଗରୀ, ଚନ୍ଦ୍ରିଆ ହୁଈକା, ସଞ୍ଜୟ କଣ୍ଡାଗରି, ଗଙ୍ଗା ତିମାକା ସମେତ ଅଞ୍ଚଳର ପ୍ରତ୍ୟେକ ଗାଁର ପ୍ରମୁଖ ଯୋଗ ଦେଇଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles