ପ୍ରବଳ ବର୍ଷିବ ଆସନ୍ତା ୨୪ ଘଣ୍ଟା; ୨୫ ତାରିଖ ଯାଏ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି

0
350

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୪/୦୭): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । ବିଗତ ୨୪ ଘଣ୍ଟା ଧରି ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ କେତକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରବଳ ବର୍ଷିବ: ଏଥିପାଇଁ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ ବୋଲି କୁହାଯାଇଛି । ଡ୍ରେନେଜ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଯୋଗୁ ଜାତୀୟ ରାଜପଥରେ ଗାଡି ଚାଳନା କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କିଛି ସ୍ଥାନରେ ଅସ୍ଥାୟୀ ଭାବେ ପାଣି ଜମିବାର ଆଶଙ୍କା ମଧ୍ୟ ରହିଛି । ତେବେ ବିପଦ ରହିଥିବା ଯୋଗୁ ଆସନ୍ତ ୨୫ ତାରିଖ ସମସ୍ୟାରେ ସକାଳ ଯାଏ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ପ୍ରବଳ ବର୍ଷିବ: ଆଜି ସୁନ୍ଦରଗଡ, କେଉଁଝର, ବରଗଡ଼, ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଏହି ସବୁୁ ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୫ ତାରିଖରେ କୋରାପୁଟ, ମାଲକାନାଗିରି, ମୟୁରଭଞ୍ଜ, କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଥିବା ବେଳେ ଏହି ସବୁ ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୨୬ ତାରିଖରେ ବରଗଡ, ସମ୍ବଲପୁର, ନୁଆପଡ଼ା, ଝାରସୁଗୁଡା, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୭ ତାରିଖ ମଧ୍ୟ ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଦେଓଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେଣୁ ଦୁଇ ଦିନ ଧରି ଏହି ସବୁ ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣର୍ିଂ ଜାରି କରାଯାଇଛି ।