ମହିଳା ଟ୍ରାଫିକ ପୋଲିସ ଙ୍କ ସମାଜ ସେବୀ ଶମ୍ଭୁଙ୍କୁ ଅଶ୍ଳୀଳ ଗାଳିଗୁଲଜ ସହିତ ଥାନାରେ ଜିମା

0
175
ମହିଳା ଟ୍ରାଫିକ ପୋଲିସ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୦/୦୧) : ଆଜି ସକାଳ ୭.୩୦ ସମୟରେ ଜଣେ ସାଧାରଣ ଜନତା ଙ୍କୁ ବୌଦ୍ଧ NAC ଛକ ରେ ରେ କାର୍ଯ୍ୟରତ ଥିବା ଜଣେ ମହିଳା ଟ୍ରାଫିକ ପୋଲିସ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଥାନାରେ ଜିମା ଦେଇଥିବା ଜଣା ପଡିଛି |

ସୂଚନା ଅନୁଯାଇ ଗତକାଲି ସନ୍ଧ୍ୟା ସମୟରେ NAC ଟ୍ରାଫିକ ଛକ ଠାରେ ଗାଈପଲ ଥିବା ଦେଖି ଶମ୍ଭୁ ପ୍ରସାଦ ସାହୁ ନାମକ ଜଣେ ସମାଜ ସେବୀ ତଥା ଡ୍ରାଇଭର କାର୍ଯ୍ୟରତ ଥିବା ମହିଳା ଟ୍ରାଫିକ ପୋଲିସ ଙ୍କୁ ଗାଈ ଟ୍ରାଫିକ ରେ ଥିବାରୁ ଦୁର୍ଘଟଣା ଓ ସଡ଼କ ସୁରକ୍ଷା ଉପରେ ବାଧା ପ୍ରାପ୍ତ ହେଉଥିବାର ଜଣାଇଥିଲେ ଓ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ କରିଥିଲେ କିନ୍ତୁ କାର୍ଯ୍ୟରତ ଟ୍ରାଫିକ ସୁରକ୍ଷା କର୍ମୀ ମାନେ ତାଙ୍କର ଏକଥାରେ ବିଭିନ୍ନ ଯୁକ୍ତି କରିଥିଲେ |

ଆଜି ଶ୍ରୀ ସାହୁ ସକାଳ ୭.୩୦ ରେ ଏକ ସାଇକେଲ ଯୋଗେ NAC ଛକ ପାଖକୁ ମୋବାଇଲ ରିଚାର୍ଜ ପାଇଁ ଆସିଥିଲେ | ଗତକାଲି ଘଟଣା କୁ କେନ୍ଦ୍ରକରି ଆଜି କାର୍ଯ୍ୟରତ ଥିବା ଏକ ମହିଳା ଟ୍ରାଫିକ କର୍ମି ତାଙ୍କ ସାଇକେଲ ଅଟକାଇ ମାକ୍ସ ତମେ କାହିଁକି ପିନ୍ଧିନ ଥାନାକୁ ଚାଲ କହିଥିଲେ | ଶ୍ରୀ ସାହୁ ଭଦ୍ରତା ସହକାରେ ଭୁଲ ରେ ମାକ୍ସ ପିନ୍ଧିନି କହିବାରୁ ମହିଳା ଟ୍ରାଫିକ କର୍ମଚାରୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ PCR ଭେନ କୁ ଡାକି ତାଙ୍କୁ ଥାନାରେ ଜିମା ଦେଇଥିଲେ ଓ ଏହି ଅଶ୍ଳୀଳ ଭାଷା କରୁଥିବା ସମୟରେ ଶ୍ରୀ ସାହୁ ମହିଳା ଙ୍କ ଭିଡ଼ିଓ ରେକର୍ଡ କରିଥିବାରୁ ତାଙ୍କ ମୋବାଇଲ ଛଡାଇ ନେଇ ସବୁ ପ୍ରମାଣ ନଷ୍ଟ କରିଥିବାର ଶ୍ରୀ ସାହୁ ଅଭିଯୋଗ ଆଣିଛନ୍ତି | ଶ୍ରୀ ସାହୁଙ୍କୁ ମାକ୍ସ ନ ପିନ୍ଧିଥିବା ଦୋଷ ଛଡା ଅନ୍ୟ କୋଣସି ଦୋଷ ନ ଥାଇ ଥାନାରେ ସକାଳ ୯ ଟା ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ରଖାଯାଇଥିଲା ବୋଲି ଶ୍ରୀ ସାହୁ ଦର୍ଶାଇଛନ୍ତି |

ଏହି ଘଟଣା କୁ କିଛି ଡ୍ରାଇଭର ଭାଇ ମାନେ ଜାଣିପାରି ଥାନାକୁ ଆସି ବୁଝା ସୁଝା କରିବା ପରେ ତାଙ୍କୁ ଥାନାରୁ ଛଡ଼ାଯାଇଥିଲା | ଏହି ଘଟଣାଟି ଏଵେ ବହୁ ଚର୍ଚ୍ଚା ହେବାରେ ଲାଗିଛି | କାରଣ ଶ୍ରୀ ସାହୁ ଟ୍ରାଫିକ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ଙ୍କୁ ଆକ୍ରୋଶ କି ଆକ୍ଷେପ କରି ନ ଥିଲେ, ଅନୁରୋଧ କରିଥିଲେ ସମସ୍ୟା ଉପୁଜୁଛି ବୋଲି | ତେଣୁ ଜିଲ୍ଲା ପ୍ରଶାସନ ଏହି ଟ୍ରାଫିକ ନିୟନ୍ତ୍ରଣ ଉପରେ ଓ କାର୍ଯ୍ୟରତ କର୍ମୀଚାରୀ ଙ୍କ ଉପରେ ଦୃଷ୍ଟି ଦେବ ସାଧାରଣ ଜନତାଙ୍କ ଦାବି ହେଉଛି |