Friday, March 29, 2024

Top 5 This Week

Related Posts

କୁମ୍ଭାରଗୁଡ଼ା ଛକ ଠାରେ ପୋଲିସ ଓ ପ୍ରେସ କ୍ଳବ୍ ପକ୍ଷରୁ କରୋନା,ଅମିକ୍ରନ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୧୧/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗୁଡ଼ା ଛକ ଠାରେ ସ୍ଥାନୀୟ ପୋଲିସ ଓ ପ୍ରେସ କ୍ଳବ ର ସାମ୍ବାଦିକ ସଦସ୍ୟଙ୍କ ପକ୍ଷରୁ ମିଳିତ ଭାବେ କୋରୋନା, ଅମିକ୍ରନ ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ସାରା ବିଶ୍ୱରେ କୋଭିଡ୍ ର ତୃତୀୟ ଲହର ଚାଲିଥିବା ବେଳେ ଓମିକ୍ରନ ଭାଇରସ୍ ତାର କାୟା ବିସ୍ତାର କରି ଚାଲିଛି ଏଇ ପରିପ୍ରେକ୍ଷୀରେ କୋଭିଡ୍ ଯୋଦ୍ଧା ଭାବେ ପୋଲିସ୍ ଓ ଗଣମାଧ୍ୟମ ର ବଡ଼ ଭୂମିକା ରହଛି ନିରନ୍ତର ଭାବେ ଜନ ସାଧାରଣ ଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ଏବେ ଉଭୟଙ୍କୁ ସତର୍କ ଓ ସଚେତନ କରିବାର ବେଳ ଆସିଛି ଏଣୁ ଆଜି କୁମ୍ଭାରଗୁଡ଼ା ଛକ ମଙ୍ଗଳ ବାର ହାଟ ହେଉଥିବା ବେଳେ ହାଟ ରେ ଭିଡ଼ ଜମିବା ଆଶଙ୍କାରେ ପୋଲିସ୍ ଓ ସ୍ଥାନୀୟ ସାମ୍ବାଦିକ ମିଳିତ ରେ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାଇ ରଖିବା ଓ ସମୟ ସମୟରେ ସାବୁନ୍ ରେ ହାତ ଧୋଇବା ସହ ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ସଚେତନ କରାଯାଇଥିଲା ।

କଲ୍ୟାଣସିଂହପୁର ପୁଲିସ ଙ୍କ ସବ୍ ଇନସ୍ପେକ୍ଟର ସଞ୍ଜୟ କୁମାର ମୁର୍ମୁ , କନଷ୍ଟେବଲ୍ ରିତା କରକରିଆ, ଓ ପି ଏଫ୍ ଚନ୍ଦ୍ରକାନ୍ତ ଶବର, କନଷ୍ଟେବଲ୍ ଶିବ ପଟନାୟକ ଏବଂ ପ୍ରେସ୍ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘର ଅକ୍ଷୟ ପିଡିଶିକା, ସନ୍ତୋଷ କୁମାର ବଛା, ସନ୍ତୋଷ ଲାମତା, ଧନେଶ୍ଵର ରାଉତ, ମଣ୍ଟୁ ଦଣ୍ଡସେନା ପ୍ରଦୀପ ଦଳାଇ ଉପସ୍ଥିତ ରହି ସଚେତନ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles