Friday, March 29, 2024

Top 5 This Week

Related Posts

ଆରମ୍ଭ ହେଲା କରୋନା ର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୧) : ଆରମ୍ଭ ହେଲା କରୋନା ର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ । ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡିର କରୋନା ଯୋଦ୍ଧା ଏବଂ ବିଭିନ୍ନ ରୋଗରେ ପୀଡିତ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ତୃତୀୟ ଡୋଜ ନେଉଛନ୍ତି । ଏଥିପାଇଁ ନୂଆ ପଂଜିକରଣ କରିବାକୁ ପଡିବ ନାହିଁ ।

ଆରମ୍ଭ ହେଲା କରୋନା ର ପ୍ରିକସନାରୀ ଡୋଜ ବା ବୁଷ୍ଟର ଡୋଜ, କେବଳ ଆପଏଂଟମେଂଟ ନେଇ ପ୍ରିକସନ ଡୋଜ ନେଇ ହେବ । ତେବେ ଦ୍ୱିତୀୟ ଡୋଜ ଟିକା ନେବାର ୩୯ ସପ୍ତାହ ବିତିଥିବା ଆବଶ୍ୟକ । ବିଭିନ୍ନ ରୋଗରେ ପୀଡିତ ବରିଷ୍ଠ ନାଗରିକମାନେ ଡାକ୍ତରୀ ପରାମର୍ଶ ଅନୁସାରେ ଟିକା ନେବେ । ପୂର୍ବରୁ ଯିଏ ଯେଉଁ ଟିକା ନେଇଥିବେ ଏବେ ପ୍ରିକସନାରୀ ଡୋଜ ଭାବେ ସେହି ଟିକା ନେବେ ।

ଅର୍ଥାତ୍ ଯିଏ କୋଭାକ୍ସିନ ର ଦୁଇ ଡୋଜ ଟିକା ନେଇଥିବେ ସେମାନେ ବୁଷ୍ଟର ଡୋଜ ଭାବେ ସେହି କୋଭାକ୍ସିନ ଦିଆଯିବ । ସେହିପରି କୋଭିଶିଲ୍ଡ ନେଇଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ସେହି କୋଭିଶିଲ୍ଡ ଟିକା ନେବେ । ଶନିବାର ସଂଧ୍ୟାରୁ ଅନ୍ ଲାଇନ ଆପଏଂଟମେଂଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଯେଉଁମାନେ ଅନ୍ ଲାଇନ୍ ଆପଏଂଟମେଂଟ ନେଇନଥିବେ ସେମାନେ ଅନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରରେ ଆପଏଂଟମେଂଟ ନେଇ ତୃତୀୟ ଡୋଜ ନେଇପାରିବେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles