ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ର ସଂଯୋଗୀକରଣ ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ

0
533
ଧଳପୁର-ଆଠମଲ୍ଲିକ

ରିପୋର୍ଟ : ସୁଶାନ୍ତ ବେହେରା //
ଧଳପୁର, (୧୧/୦୧) : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗୀକରଣ ରାସ୍ତାର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

ଉକ୍ତ ରାସ୍ତାଟି ୨ କୋଟି ଅଟକଳ ବ୍ୟୟରେ ବୌଦ୍ଧ ପୂର୍ତ୍ତ ବିଭାଗ ଅଧୀନରେ କାର୍ଯ୍ୟକାରୀ କରାଯିବ । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ରାସ୍ତା ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ଅନ୍ୟ ଅତିଥି ମାନଙ୍କ ଭିତରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପୂର୍ତ୍ତ ବିଭାଗ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଈଂଜିନିୟର ମନୋଜ ତ୍ରିପାଠୀ, ବୌଦ୍ଧ ପୂର୍ତ୍ତ ବିଭାଗ ର ସୁପାରିଟେଣ୍ଡ ଇଂଜିନିୟର ପ୍ରଭାତ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ନିରଞ୍ଜନ ଧଳ, ସହକାରୀ ଯନ୍ତ୍ରୀ ଈଂ ଚୈତନ୍ୟ ଦେହୁରୀ ଓ ଉକ୍ତ ପ୍ରକଳ୍ପ ର ଠିକାଦାର ଅବନୀ କାନ୍ତ ମହାପାତ୍ର ଯୋଗ ଦେଇଥିଲେ । ଉକ୍ତ ପ୍ରକଳ୍ପ ଟି ୧୨୦୦ ମିଟର ଲମ୍ବ ହେବା ସହିତ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।