ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୨/୦୧) : ଜାତୀୟ ଯୁବ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବକେନ୍ଦ୍ର , ଯୁବ ରେଡ଼କ୍ରସ ବୌଦ୍ଧ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଏବଂ ବୌଦ୍ଧ ମାଟିର ଛୁଆ ମିଳିତ ଆନୁକୂଲ୍ୟରେ ବୌଦ୍ଧ ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ଯୁବ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅପାତକାଳୀନ ଅଧିକାରୀ ଅବନିକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ଭାବେ ବୌଦ୍ଧ ତହସିଲଦାର ଅବିନାଶ ପଣ୍ଡିଆ, ରେଡ଼କ୍ରସ ଜିଲ୍ଲା ସମ୍ପାଦକ ଡକ୍ଟର ପ୍ରବୀର ଦାସ, ଡିଜି ନୋମିନି ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ବାରିକ ସାର ଓ ତାଙ୍କ ସହଯୋଗୀ ରକ୍ତସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ କୁ ନେହେରୁ ଯୁବକେନ୍ଦ୍ର ବୌଦ୍ଧ ର ଅଫିସ ସହଯୋଗୀ ଉତ୍ତମ ମହାକୁଡ଼ ଓ ସ୍ବେଚ୍ଛାସେବୀ ସୁଧିର ଦୀପ ପରିଚାଳନା କରିଥିଲେ । ରେଡକ୍ରସ ର ସ୍ବେଛାସେବୀ ଓ ବୌଦ୍ଧ ମାଟିର ଛୁଆ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।