କଣ୍ଟାମାଳ ଠାରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

0
175
କଣ୍ଟାମାଳ ଠାରେ

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ, (୧୨/୦୧) : ଗତକାଲି ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ କଣ୍ଟାମାଳ ଠାରେ ବାଲ୍ୟବିବାହ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ର ୫୦ ଗୋଟି ବାଲ୍ୟବିବାହ ମୁକ୍ତ ଗ୍ରାମ କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ କଣ୍ଟାମାଳ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିଷେଧ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାଢ଼ୀ ବାଲ୍ୟବିବାହ ଆଇନ ଉପରେ ଆଲୋଚନା କରିବା ସହ କାର୍ଯ୍ୟକ୍ରମରେ ସଭା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ସୁଶାନ୍ତ ଭୋଇ ଯୋଗଦେଇ ମାନପତ୍ର ପ୍ରଦାନ କରିଥିଲେ । ଏଥିରେ ୯ ଜଣ ମହିଳା ପରିଦର୍ଶକା ଯୋଗଦେଇ ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଉପରେ ଆଲୋଚନା କରିଥିଲେ ।

ବିଶେଷ ଭାବରେ ବାଲ୍ୟବିବାହ ଗ୍ରାମ ଘୋଷଣା ରେ ପଲ୍ଳବି ମେହେର (ମନମୁଣ୍ଡା କ୍ଷେତ୍ର ପରିଦର୍ଶକା) ୮୦.୭୬% ଗ୍ରାମକୁ ଏବଂ ଦ୍ବିତୀୟ ରଞ୍ଜିତା ସେଠୀ (ଖଟିଖଟିଆ) ୭୭.୨୭% ଗ୍ରାମ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଘୋଷଣା କରିଥିଲେ ସେହିପରି ଉର୍ମିଳା ପରିଡ଼ା (କଣ୍ଟାମାଳ ପରିଦର୍ଶକା) ୪୮.୫୭% ଗ୍ରାମ କୁ ବାଲ୍ୟବିବାହ ମୁକ୍ତ କରିବା ଦିଗରେ ପଦକ୍ଷେପ ନେଇଛନ୍ତି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଏବଂ ଉତ୍ତରିଅ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଳ ବ୍ଳକ ର ସମସ୍ତ ପରିଦର୍ଶକା ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।