ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
136
ପଞ୍ଚାୟତ ନିର୍ବାଚନ ସୁପରିଚାଳନା

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, ତା (୧୨/୦୧) : ଆଜି ସନ୍ଧ୍ୟା ରେ ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସଓ୍ୟାନ ଭିସି ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ମାନଙ୍କ ସହିତ ଆଲୋଚନା କରିଛନ୍ତି । ନିର୍ବାଚନ କମିଶନ ଙ୍କ ଦ୍ଵାରା ପ୍ରାଣିତ ମଡେଲ କୋଡ଼ ଅଫ କଣ୍ଡକ୍ଟ କୁ କଡାକଡି ପାଳନ ସହିତ ନିର୍ବାଚନ ପ୍ରକ୍ରିୟା ଯେପରି ମୁକ୍ତ ଓ ଅବାଧ ହେବ, ସେଥି ପ୍ରତି ସମ୍ପୂର୍ଣ୍ଣ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ କମିଶନ ଙ୍କ ଗାଇଡଲାଇନ ଅନୁଯାୟୀ ନାମାଙ୍କନ ପତ୍ର ଯଞ୍ଜ ଓ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏକ ତିନି ଜଣିଆ ସ୍କୁୟାର୍ଡ ଗଠନ କରି ନିର୍ବାଚନ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ଏହାକୁ ଅନୁଧାନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳ କହିଛନ୍ତି ।

ଟିମ ସ୍ପିରିଟରେ ସମନ୍ନୟ ରକ୍ଷାକରି ନିର୍ବାଚନ ପ୍ରକ୍ରିୟା କୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଭି ସି ମାଧ୍ୟ୍ୟମରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଚନ୍ଦ୍ର ଶେଖର ମହାରଣା ନିର୍ବାଚନ କମିଶନ ଙ୍କ ଗାଇଡଲାଇନ ଅନୁସାରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କ ରେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ବିଷଦ ଆଲୋଚନା କରି ବୁଝାଇଥିଲେ ।

ଏହି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାସ, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଭୂ ଅର୍ଜନ ଅଧିକାରୀ ଶ୍ରୀ ସ୍ମୃତିରଞ୍ଜନ ମହାପାତ୍ର ପ୍ରମୁଖ ଅପସ୍ଥିତ ଥିଲେ ।