୨୦୨୧ ରେ ବଜ୍ରପାତ ମୃତ୍ୟୁ ରିପୋର୍ଟ : ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟ

0
122
୨୦୨୧ ରେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୬/୦୧) : ୨୦୨୧ ରେ ରାଜ୍ୟରେ ସର୍ବାଧକ ବଜ୍ରପାତ ମୃତ୍ୟୁ ହୋଇଛି । ଆଇଏମଡି ପକ୍ଷରୁ ଜାରି ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି ।

ଏହି ତଥ୍ୟ ଅନୁସାରେ, ୨୦୨୧ ରେ ବଜ୍ରପାତରେ ମୋଟ ୭୮୦ ଜଣଙ୍କ ଜୀବନ ଯାଇଛି । ଏଥି ମଧ୍ୟରେ ଓଡିଶାରେ କେବଳ ସର୍ବାଧିକ ୨୧୩ ମୃତ୍ୟୁ ହୋଇଛି । ଓଡିଶା ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ମଧ୍ୟପ୍ରଦେଶରେ ମୋଟ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିହାର ର ୮୯ ଜଣ ପ୍ରାଣ ହରାଇଛନ୍ତି । ତେବେ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟରେ ରହିଥିବା ବେଳେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଅଛି ।

ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୨୨୩ । ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ବାଦ୍ ବାତ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ‘ୟାସ’ ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଲାବ ବାତ୍ୟାରେ ଜଣକର ଜୀବନ ଯାଇଛି ।

ରିପୋର୍ଟ ଅନୁସାରେ, ୨୦୨୧ ଦେଶ ପାଇଁ ଥିଲା ସବୁଠାରୁ ଉତ୍ତପ୍ତ ବର୍ଷ । ସ୍ୱାଭାବିକ ଠାରୁ ଗତ ବର୍ଷ ତାପମାତ୍ରା ୦.୪୪ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା । ଯଦିଓ ଏହା ୨୦୧୬ ଠାରୁ କମ ଥିଲା ।